ଭାରତକୁ ୨୬୬ ରନର ବିଜୟ ଲକ୍ଷ୍ୟ ଦେଲା ବାଙ୍ଗଲାଦେଶ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ ସୁପର ୪ର ଶେଷ ମ୍ୟାଚରେ ଭାରତକୁ ବାଙ୍ଗଲାଦେଶ ୨୬୬ ରନର ବିଜୟ ଲକ୍ଷ୍ୟ ଦେଇଛି । ବାଙ୍ଗଲାଦେଶ ୫୦ ଓଭରରେ ୮ ୱିକେଟ ହରାଇ ୨୬୫ ରନ୍ ହାସଲ କରିଛି । ଭାରତ ପୂର୍ବରୁ ହିଁ ୧୭ ତାରିଖରେ ହେବାକୁ ଥିବା ଫାଇନାଲ ମ୍ୟାଚ ଲାଗି କ୍ୱାଲିଫାୟ କରିସାରିଛି । ଭାରତ ଫାଇନାଲ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ ।

ଆଜିର ମ୍ୟାଚରେ ବାଙ୍ଗଲାଦେଶ ପାଇଁ ଅଧିନାୟକ ସକିବ ଉଲ ହସନ ସର୍ବାଧିକ (୮୦), ତୌହିଦ ହୃଦୟ(୫୪), ନାସୁମ ଅହମ୍ମଦ (୪୪) ଓ ମେହେନ୍ଦୀ ହସନ ଅପରାଜିତ(୨୯) ରନ ହାସଲ କରିଛନ୍ତି । ଭାରତ ପାଇଁ ଶାର୍ଦୁଲ ଠାକୁର ୩ ଓ ମହମ୍ମଦ ସାମୀ ୨ଟି ୱିକେଟ ହାସଲ କରିଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା, ଅକ୍ଷର ପଟେଲ ଓ ରବିନ୍ଦ୍ର ଜାଡ଼େଜା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ଅନ୍ୟପଟେ ଭାରତ ବ୍ୟାଟିଂ ଆରମ୍ଭ କରିଥିବାବେଳେ ଅଧିନାୟକ ରୋହିତ ଶର୍ମା ୦ରେ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ବର୍ତ୍ତମାନ ଶୁଭମିନ ଗିଲ ଓ ଡେବ୍ୟୁଟାଣ୍ଟ ତିଲକ ବର୍ମା କ୍ରିଜରେ ଅଛନ୍ତି ।