ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିଲ୍ଲୀର ଦ୍ୱାରିକାରେ ‘ୟଶୋଭୂମି’ ରାଷ୍ଟ୍ରକୁ ସମର୍ପଣ କରିବେ । ଏଠାରେ ଦେଶର ବୈଠକ, ସମ୍ମିଳନୀ ଓ ପ୍ରଦର୍ଶନୀର ଆୟୋଜନ ପାଇଁ ବିଶ୍ୱସ୍ତରୀୟ ଢଞ୍ଚାରେ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଏବଂ ଏକ୍ସପୋ ସେଣ୍ଟର ପ୍ରଥମ ପର୍ଯ୍ୟାୟରେ ସଞ୍ଚଳନ କରାଯିବ । ୮.୯ ଲକ୍ଷ ବର୍ଗ ମିଟରରୁ ଅଧିକ ମୋଟ ପରିଯୋଜନା କ୍ଷେତ୍ର ସହ ୟଶୋଭୂମି ବିଶ୍ୱର ସୁବୁଠୁ ବଡ଼ ଏମଆଇସୀଈ( ମିଟିଂ, ଇନସେନଟିଭ, କନଫ୍ରେନ୍ସ ଓ ପ୍ରଦର୍ଶନୀ) ସୁବିଧାରେ ନିଜ ସ୍ଥାନ ସୃଷ୍ଟି କରିବ ।
ଏହି ସମ୍ମିଳନୀ କକ୍ଷରେ ମୁଖ୍ୟ ଅଡିଟୋରିୟମ, ଗ୍ରାଣ୍ଡ ୱାଲରୁମ, ୧୩ କନଭୋକେସନ ରୁମ ଓ ୧୩ ବୈଠକ ରୁମ ସାମିଲ ରହିଛି । ଏହାର ମୋଟ ସିଟ୍ କ୍ଷମତା ୧୧ହଜାର ରହିଛି । ଏଥିରେ ସବୁଠୁ ଲେଟେଷ୍ଟ ଅଟୋମେଟିକ ବୈଠକ ସୁବିଧା ମଧ୍ୟ ରହିଛି ।