ନବରଙ୍ଗପୁର,ଏନ୍ଏନ୍ଏସ୍: ରାଜ୍ୟସଭା ସାଂସଦ ମୁନା ଖାନ ଦିନିକିଆ ଉମରକୋଟ ଗସ୍ତ କରିଛନ୍ତି । ଶ୍ରୀ ଖାନ୍ ପ୍ରଥମେ ଉମରକୋଟରେ ପହଞ୍ଚି ଜନଜାତି ମଞ୍ଚର ମୁଖ୍ୟ ଉପଦେଷ୍ଟା କାଜମ ମଦାନୀଙ୍କ ବାସଭବନରେ ଜନଜାତି ମଞ୍ଚର ସମସ୍ତ ସଦସ୍ୟଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଜନଜାତି ମଞ୍ଚ ଜିଲ୍ଲା ସଭାପତି ପର୍ଶୁ ଭତ୍ରା ସାଂସଦଙ୍କୁ ସମ୍ବର୍ଦ୍ଧନା କରିଥିଲେ । ପରେ ଜେଇଏଲସି ଚଢ଼େଇଗୁଡ଼ାରେ ସାଂସଦଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଲିଭିରର୍ସ ଚର୍ଚ୍ଚର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶ୍ରୀ ଖାନ୍ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚର୍ଚ୍ଚାର ଜିଲ୍ଲା ମୁଖ୍ୟ ଫାଦର ମନୋଜଙ୍କ ସହ ବିଭିନ୍ନ ଚର୍ଚର ଫାଦର ଉପସ୍ଥିତ ରହି ବାଇବଲ ପାଠ କରି ଶ୍ରୀ ଖାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ସାଂସଦଙ୍କ ସହ ଜନଜାତି ମଞ୍ଚର ଉପଦେଷ୍ଟା କାଜମ ମଦାନୀ, ଶ୍ରୀନିବାସ ପଟ୍ଟନାୟକ, ଧନିରାମ ଗଣ୍ଡ, ଶେଖର ପୂଜାରୀ, ଆଶାରାମ ସାନ୍ତା ଓ ଲାଲୁ ସାନ୍ତା ପ୍ରମୁଖ ଉପସ୍ଥିତ ଥିଲେ । ପବିତ୍ର ଗରଡ଼ା ମଞ୍ଚ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।