Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓ ଅଲ ଓଡ଼ିଶା ସେଡ୍ୟୁଲକାଷ୍ଟ ଫେଡରେସନର କେସିଙ୍ଗା ଦ୍ୱାରା ରାସ୍ତାରୋକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓ ଅଲ ଓଡ଼ିଶା ସେଡ୍ୟୁଲକାଷ୍ଟ ଫେଡରେସନର କେସିଙ୍ଗା ଦ୍ୱାରା ରାସ୍ତାରୋକ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ଏବଂ ମଣିପୁରରେ ମହିଳାଙ୍କ ସହ ଘଟିଥିବା ଅମାନବୀୟ କାର୍ଯ୍ୟକଳାପକୁ ବିରୋଧ କରି ଆଜି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଦ୍ୱାରା ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆମ୍ବେଦକର ଛକରେ କଳାହାଣ୍ଡି ଆଦିବାସୀ ଏକତା ପରିଷଦ ସଂଯୋଜକ ସନ୍ତୋଷ ନାୟକଙ୍କ ନେତୃତ୍ୱରେ ଜାତୀୟ ରାଜପଥ ୨୬କୁ ଅବରୋଧ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ୨ ଘଣ୍ଟା ବିରୋଧ ପ୍ରଦର୍ଶନ କରାଯାଇଥିଲା । ପ୍ରଥମେ ଆମ୍ବେଦକରସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ରାଜରାସ୍ତା ୨୬କୁ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଆଦିବାସୀ ସଂଗଠନ ଓ ଏହାକୁ ସମର୍ଥନ ଜଣାଇ ଅଲ ଓଡ଼ିଶା ସେଡ୍ୟୁଲକାଷ୍ଟ ଫେଡରସନ କେସିଙ୍ଗା ଶାଖାର କର୍ମକର୍ତ୍ତା ଓ ସଦସ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଅନେକ ଯାନବାହନ ଅଟକି ଥିବାରୁ ଟ୍ରାଫିକ ସମସ୍ୟା ଜଟିଳ ହୋଇଥିଲା । ଏହାକୁ ନିୟନ୍ତ୍ରଣ କରିବାରେ କେସିଙ୍ଗା ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଏହି ୨ ଘଣ୍ଟିଆ ରାସ୍ତାରୋକରେ କେବଳ ଆମ୍ବୁଲାନ୍ସ, ସ୍କୁଲ ବସ ଓ ୨ ଚକିଆ ଯାନକୁ ଛଡ଼ା ଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଞ୍ଜୟ ଶବର, ଯାଦବ ଶବର, ଗୌତମ ଧାରୁଆ, ଲାବନ୍ୟ ଝାଙ୍କର, ବାସୁଦେବ ମାଝୀ, ମକରନ୍ଦ ମାଝୀ ଓ କୁମର ମଣି ମାଝୀ ପ୍ରମୁଖଙ୍କ ସହ ବହୁ ଆଦିବାସୀ ନେତା ଓ ସାଧାରଣ ଲୋକ ପ୍ରମୁଖ ଉପସ୍ଥିତ ଥିଲେ ।