ବାଲିଗୁଡ଼ା,ଏନ୍ଏନଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅତିରିକ୍ତ ସେସନ୍ସ ଜଜ ଦିଲ୍ଲୀପ କୁମାର ବିଶ୍ୱାଳ ଏକ ଗଞ୍ଜେଇ ମାମଲାର ଶୁଣାଣୀ କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ୫ଜଣ ମୁଦାଲାଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି । ସେମାନେ ହେଲେ ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଗଡ଼ ଥାନା ବନେଗାଁ ଅଞ୍ଚଳ ବାସିନ୍ଦା ଉପେନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ରମେଶ ପ୍ରଧାନ, ପର୍ଶୁରାମ କହଁର ଓ ରବିଚନ୍ଦ୍ର ପ୍ରଧାନ । ଉପରୋକ୍ତ ୫ ଜଣଙ୍କ ଘର ଉପରେ ଗତ ୨୦୧୫ ମସିହା ମେ’ ୨୪ ତାରିଖରେ ଭୁବନେଶ୍ୱରରୁ ଆସିଥିବା ଏସଟିଏଫ ଟିମ ଅଚାନକ ଚଢ଼ଉ କରି ଗଞ୍ଜେଇ ଜବତ କରି ସେମାନଙ୍କ ନାଁରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ମୁଦାଲାଙ୍କ ତରଫରୁ ସ୍ଥାନୀୟ ଓକିଲ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା କରୁଥିଲେ ।