ସାହାରା ନିବେଶକଙ୍କୁ ଟଙ୍କା ମିଳିବା ଆରମ୍ଭ

ନୂଆଦିଲ୍ଲୀ: ସାହାରାର ୪ ସହକାରୀ ସମିତି ସାହାରା କ୍ରେଡିଟ କୋଅପରେଟିଭ ସୋସାଇଟି ଲିମିଟେଡ, ସହାରାୟନ ୟୁନିଭର୍ସିଆଲ ମଲ୍ଟୀପର୍ପଜ ସୋସାଇଟି ଲିମିଟେଡ, ହାମାରା ଇଣ୍ଡିଆ କ୍ରେଡିଟ କୋଅପରେଟିଭ ସୋସାଇଟି ଲିମିଟେଡ ଓ ଷ୍ଟାର୍ସ ମଲ୍ଟିପର୍ପଜ କୋଅପରେଟିଭ ସୋସାଇଟି ଲିମିଟେଡରେ ଫସିଥିବା ନିବେଶକଙ୍କ ଟଙ୍କା ମିଳିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗୃହମନ୍ତ୍ରୀ ଅମିତ ଶାହ ସାହାରା ରିଫଣ୍ଡ ପୋର୍ଟାଲ ଜରିଆରେ ପ୍ରଥମ ଚରଣରେ ସାହାରାର ୧୧୨ ନିବେଶକଙ୍କ ଖାତାରେ ୧୦ ହଜାର ଟଙ୍କା ଟାନ୍ସଫର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷ ନିବେଶକ ଏହି ପୋର୍ଟାଲରେ ନିଜ ନାଁ ରେଜିଷ୍ଟ୍ରେସନ କରାଇଛନ୍ତି ।

୨୦୨୩ ଜୁଲାଇ ୧୯ରେ ଅମିତ ଶାହ ସିଆରସିଏସ ସାହାରା ରିଫଣ୍ଡ ପୋର୍ଟାଲ ଲଞ୍ଚ କରିଥିଲେ । ଏହି ପୋର୍ଟାଲ ମାଧ୍ୟମରେ ସାହାରା ଗ୍ରୁପର କୋଅପରେଟିଭ ସୋସାଇଟିରେ ଜମା ରହିଥିବା କୋଟିଏ ନିବେଶକଙ୍କ ଟଙ୍କା ୪୫ ଦିନରେ ଫେରାଇବା ନେଇ ପ୍ରତିଶ୍ରୁତି ଦିଆଯାଇଛି ।