ନବରଙ୍ଗପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିଅନର ଉପସଭାପତି ତଥା ଦଶରଥପୁର ବ୍ଲକର ସମ୍ବାଦ ପ୍ରତିନିଧି ଚନ୍ଦ୍ରଶେଖର ସାହୁ ଓ ଦୈନିକ ଭାସ୍କରର ପ୍ରତିନିଧି ଜ୍ୟୋତି ପ୍ରକାଶ ମିଶ୍ରଙ୍କୁ ଗତ ଶୁକ୍ରବାର ରାତିରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ନବରଙ୍ଗପୁର ଡବ୍ଲ୍ୟୁଜେୟୁ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ହୋଇ ମଙ୍ଗଳପୁର ବଜାର ନିକଟରେ ମରଣାନ୍ତକ ଆକ୍ରମଣ କରିଥିଲେ । ସାମ୍ବାଦିକ ଲୋକଙ୍କ ସମସ୍ୟା ସରକାରଙ୍କ ପାଖରେ ଉପସ୍ଥାପନ କରୁଥିବାବେଳେ ତାଙ୍କୁ ଆକ୍ରମଣ କରିବା ସୁସ୍ଥ ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି ଡବ୍ଲ୍ୟୁଜେୟୁର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ, ସଭାପତି ପି.ପ୍ରକାଶ, କାର୍ଯ୍ୟକାରିଣୀ ସଭାପତି ଦେବେନ୍ଦ୍ର ମିଶ୍ର, ଉପସଭାପତି କିଶୋର କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ଏ. ସତୀଶ, ସହସମ୍ପାଦକ ସ୍ୱାଧୀନ ପଣ୍ଡା ଓ କୋଷାଧ୍ୟକ୍ଷ ରବି ନାରାୟଣ ପଟ୍ଟନାୟକ ଓ ସାଂଗଠନିକ ସମ୍ପାଦକ ସୁଶାନ୍ତ କୁମାର ଶତପଥୀ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଜିର ନିନ୍ଦା ପ୍ରସ୍ତାବ ସମୟରେ ସମସ୍ତ ପଦାଧିକାରୀଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟ ନବଘନ ବିଷୋୟୀ, ରାମ କିରଣ ପଟ୍ଟନାୟକ, ଶ୍ରୀଧର ପାତ୍ର, ଅଜିତ ନାୟକ, ଗୌରାଙ୍ଗ ପାତ୍ରଙ୍କ ସମେତ ମଡିିଆ କୋଡିନେଟର ଈଶ୍ୱର ରାଓ ଓ ସଦସ୍ୟ ଦେବୀ ପ୍ରସାଦ ପଟ୍ଟନାୟକ, କୋରେଶ ଉପାସି, ମଧୁ ସୁଦନ ସାହୁ ଓ ସୁକାନ୍ତ ରଥ ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି।