ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ଏଥିର ସୁଦେବ କୁମାର ପୃଷ୍ଟି ଟପ୍ହଇଥିବାବେଳେ ସୁଚିସ୍ମିତା ପାଣିଗ୍ରାହୀ ୨ୟ, ପ୍ରଣବ ରଞ୍ଜନ ସାହୁ ୩ୟ, ବୈଶାଖୀ ଲେଙ୍କା ୪ର୍ଥ ଓ ଶ୍ୱେତଲିନା ମାହାନା ୫ମ ସ୍ଥାନରେ ରହିଛନ୍ତି । ସେହିପରି ଅଗ୍ନିଜା ଶିବଦତ୍ତା ୬ଷ୍ଠ, ସନ୍ତୋଷ କୁମାର ପାତ୍ର ୭ମ, ମୀମାଂସା ସାହୁ ୮ମ, ବିନ୍ଦୁ ବଳୟ ରାଉତରାୟ ୯ମ ଓ ସୌମ୍ୟରଞ୍ଜନ ମହାପାତ୍ର ୧୦ମ ସ୍ଥାନ ହାସଲ କରିଛନ୍ତି । ଏହାସହ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୧୬୪ଜଣ ଝିଅ ରହିଛନ୍ତି ।