ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଡବ୍ଲ୍ୟୁଜେୟୁ ସାମ୍ବାଦିକ ସଂଘର ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡବ୍ଲ୍ୟୁଜେୟୁ ସାମ୍ବାଦିକ ସଂଘର ସଭାପତି ପି ପ୍ରକାଶ ଅଧ୍ୟକ୍ଷତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କୁ ନେଇ ଡବ୍ଲ୍ୟୁଜେୟୁ ସାମ୍ବାଦିକ ସଂଘକୁ ସମଗ୍ର ଜିଲ୍ଲାରେ ସମ୍ପ୍ରସାରିତ କରାଯାଇଥିଲା । ଜିଲ୍ଲାର ୧୦ଟି ବ୍ଲକର ବିଭିନ୍ନ ସଂଘରେ ରହିଥିବା ନୂତନ ଭାବେ ୩୯ଜଣ ସାମ୍ବାଦିକ ଡବ୍ଲ୍ୟୁଜେୟୁ ସାମ୍ବାଦିକ ସଂଘରେ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ପ୍ରଦୀପ ପଜ୍ୱଳନ ପରେ ଉତ୍କଳ ବନ୍ଦନା ଗାନ କରାଯାଇଥିଲା । ପରେ ସାଧାରଣ ସମ୍ପାଦକ ଏ ସତିଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସଂଘର ପ୍ରତିଷ୍ଠାତା ସଦସ୍ୟଙ୍କ ଦ୍ୱାରା ନୂତନ ଭାବେ ଯୋଗ ଦେଇଥିବା ସାମ୍ବାଦିକଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରତିଷ୍ଠାତା ସଦସ୍ୟଙ୍କ ଦ୍ୱାରା ମନୋନୀତ ପଦବୀଗୁଡ଼ିକୁ ସଭାପତି ପି ପ୍ରକାଶ ଘୋଷଣା କରିଥିଲେ । ସଂଘର ଅଧ୍ୟକ୍ଷ ରୂପେ ପ୍ରଶାନ୍ତ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ରୂପେ ଦେବେନ୍ଦ୍ର ମିଶ୍ର, ଉପସଭାପତି ରୂପେ ରାମ ନାୟକ, ସଂଗଠନ ସମ୍ପାଦକ ସୁଶାନ୍ତ ଶତପଥୀ, ଆଇନ ପରାମର୍ଶଦାତା ରୂପେ ମନୋହର ମହାନ୍ତି, ସମ୍ପାଦକ ରୂପେ କାର୍ତ୍ତିକ ମଲ୍ଲିକ, ସହସମ୍ପାଦକ ରୂପେ ପ୍ରମୋଦ ରଥ ଓ ମିଡ଼ିଆ ସଂଯୋଜକ ରୂପେ ସାଇ କ୍ରିଷ୍ଣାଙ୍କୁ ମନୋନୀତ କରାଯାଇଥିଲା । ସେହିପରି ୧୦ଟି ବ୍ଲକରେ ବ୍ଲକ୍ ସଂଯୋଜକଙ୍କ ନାମ ଘୋଷଣା କରାଯାଇଥିଲା । ଅଧ୍ୟକ୍ଷ ପ୍ରଶାନ୍ତ ସାହୁ ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ମଞ୍ଚାସିନ ଉପସଭାପତି କିଶୋର ପଟ୍ଟନାୟକ, ରାମ ନାୟକ, କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ମିଶ୍ର, ଅଧ୍ୟକ୍ଷ ପ୍ରଶାନ୍ତ ସାହୁ ସଂଘ ଗଠନର ଉଦ୍ଦେଶ୍ୟ ଓ ଆଗାମୀ ଦିନରେ ସଂଘର କାର୍ଯ୍ୟପନ୍ଥା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାପତି ପି ପ୍ରକାଶ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଗୁଣାତ୍ମକ ସାମ୍ବାଦିକତା ଉପରେ ସଂଘ ଗୁରୁତ୍ତ୍ୱ ଦେବ ବୋଲି କହିଥିଲେ । ଜିଲ୍ଲାର ବିକାଶ କ୍ଷେତ୍ରରେ ସଂଘ ନିରନ୍ତର ଉଦ୍ୟମ ଜାରି ରଖିବ ବୋଲି ବକ୍ତବ୍ୟ ରଖିଥିଲେ । ରାମ କିରଣ ପଟ୍ଟନାୟକଙ୍କ ପରିଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଯୁଗ୍ମ ସମ୍ପାଦକ ସ୍ୱାଧୀନ ପଣ୍ଡା, କୋଷାଧ୍ୟକ୍ଷ ରବି ନାରାୟଣ ପଟ୍ଟନାୟକ, କାର୍ଯ୍ୟକାରୀ ସଦସ୍ୟ ନବଘନ ବିଷୋୟୀ, ଶ୍ରୀଧର ପାତ୍ର, ଗୌରାଙ୍ଗ ପାତ୍ର, ଅଜିତ ନାୟକ, ମିଡିଆ ସଂଯୋଜକ ସି ଏଚ୍ ଈଶ୍ୱର ରାଓ, ଦେବୀ ପଟ୍ଟନାୟକ, କରେଶ ଉପାସି, ସୁକାନ୍ତ ରଥ, ମଧୁ ସାହୁ ଓ ସନ୍ତୋଷ କୁମାର ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ କାର୍ତ୍ତିକ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।