ନଡ୍ଡାଙ୍କ କୋର ଟିମରେ ଏକେ ଆଣ୍ଟେୀଙ୍କ ପୁଅଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଜ ନୂଆ ଟିମର ଘୋଷଣା କରି ଲୋକସଭା ନିର୍ବାଚନ ପାଇଁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ୩୮ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ ପଦାଧିକାରୀ ସୂଚୀରେ ନୂଆ ଓ ପୁରୁଣା ଚେହେରା ମଧ୍ୟରେ ସମନ୍ୱୟ ରଖାଯାଇଛି। ନଡ୍ଡାଙ୍କ କୋର ଟିମରେ କଂଗ୍ରେସ ପୁରୁଖା ନେତା ତଥା କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ଅନିଲ ଏଣ୍ଟୋନୀଙ୍କୁ ସ୍ଥାନ ମିଳିଛି। ଉକ୍ତ ଲିଷ୍ଟରେ ଚକିତ କଲା ଭଳି ଅନେକ ନାମ ସାମିଲ ରହିଛି ।

ସୂଚନାଯୋଗ୍ୟ, ଅନିଲ ଏଣ୍ଟୋନୀ ଚଳିତ ବର୍ଷ ଏପ୍ରିଲ ପ୍ରାରମ୍ଭରେ ବିଜେପିରେ ସାମିଲ ହୋଇଥିଲେ । ବୀବୀସୀର ଡକ୍ୟୁମେଣ୍ଟ୍ରିକୁ ନେଇ ଉଠିଥିବା ବିବାଦ ଯୋଗୁ ଅନିଲ ଏଣ୍ଟୋନୀ କଂଗ୍ରେସ ପାର୍ଟିଠୁ ଦୂରେଇ ଯାଇଥିଲେ । ଏହା ପରେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ଫଳରେ ଅନିଲ ଆଣ୍ଟୋନୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।