ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସମୟରେ ସୀମା ଗୁଲାମ ହାଇଦର ଓ ସଚ୍ଚିନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୀମା ପାକିସ୍ତାନୀ ଗୁଇନ୍ଦା ହୋଇଥିବା ନେଇ ତାଙ୍କ ଉପରେ ଆରୋପ ଲାଗିଛି । ଇତିମଧ୍ୟରେ ୟୁପି ଏଟୀଏସ ଟିମ୍ ପାକିସ୍ତାନୀ ନିବସୀ ସୀମା ହାଇଦରଙ୍କୁ ଏକ ଗୁପ୍ତ ସ୍ଥାନକୁ ନେଇ ଜେରା କରୁଛି । ଏଟିଏସ ଟିମ୍ ହ୍ୱାଟ୍ସଆପ୍ ଚାଟ୍ ଓ ଅନ୍ୟ ପ୍ରମାଣ ଆଧାରରେ ଆଗକୁ ଜେରା କରିବ । ଏହାସହ ସୀମାଙ୍କ ଆଇଡି କାର୍ଡ କମିଶନ ପଠାଯାଇଛି ଯେଉଁଥିରୁ ତାଙ୍କ ଦାଦା ପାକିସ୍ତାନ ସେନାରେ ସୁବେଦାର ଏବଂ ଭାଇ ସୈନିକ ଥିବା ଜଣାପଡ଼ିଛି ।
ୟୁପି ପୁଲିସର ଜଣେ ବଡ଼ ଅଧିକାରୀ କହିଛନ୍ତି ଯେ, ସୀମା ଭାରତ ଆସିବା ପଛରେ ଅନେକ ପେଞ୍ଚ ରହିଛି । ଏମିତିରେ ତାଙ୍କୁ ଜେରା କରିବା ଏକ ସାଧାରଣ କଥା । ସେଥିପାଇଁ ଦେଶର ସୁରକ୍ଷାରେ ଲାଗିଥିବା ସମସ୍ତ ଏଜେନ୍ସି ତାଙ୍କର ଜେରା କରିବ ।