ସାଂସଦ ଓ ବିଧାୟକଙ୍କ ମାରାଥନ କାର୍ଯ୍ୟକ୍ରମ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକ ଦହଣା ଗ୍ରାମରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ସଦାଶିବ ପ୍ରଧାନୀଙ୍କ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂସଦ ଶ୍ରୀ ମାଝୀ ଓ ବିଧାୟକ ଶ୍ରୀ ପ୍ରଧାନୀ ‘ଗ୍ରାମାଞ୍ଚଳ ଉଦ୍ୟାନ’ର ଭୂମି ପୂଜନ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନନ୍ଦାହାଣ୍ଡି ଜୋନ୍ ୨ ଜିିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର, ନନ୍ଦାହାଣ୍ଡି ସାଂସଦ ପ୍ରତିନିଧି ସୁନୀଲ ସାହୁ, ନନ୍ଦାହାଣ୍ଡି ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀ, ନନ୍ଦାହାଣ୍ଡି ଲାମ୍ପସ ସଭାପତି ଲକ୍ଷ୍ମୀ ନାରାୟଣ ମାଝୀ, ଦହଣା ଗ୍ରାମ ପଞ୍ଚାୟତ ସରପଞ୍ଚ କମଳା ପୂଜାରୀ, ସମିତି ସଭ୍ୟା ହିରାମଣୀ ଜାନୀ, ନାଏବ ସରପଞ୍ଚ କନକ ପାଇକ, ଦହଣା ଗ୍ରାମପଞ୍ଚାୟତ ବିଜେଡି ସଭାପତି ଲାଇବାନ ବିଷୋୟୀଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ । ପରେ ନନ୍ଦାହାଣ୍ଡି ବ୍ଲକରେ ମିଶନ ଶକ୍ତି ଭବନ ଉଦଘାଟିତ ହେବାସହ ଜଗନ୍ନାଥପୁରରେ ମାଁ ଭଣ୍ଡାରଘରଣୀ ନକ ନୂତନ ମନ୍ଦିର ନିର୍ମାଣ ଶୁଭ ଉଦଘାଟନ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।