ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭା ଗୃହରେ ରକ୍ତ ଶିକୁଳୀ ରୋଗୀଙ୍କୁ ନେଇ ହେପାଟାଇଟିସ-ବି ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ହେପାଟାଇଟିସ-ବି ଟୀକାର ସଚେତନତା ଉପରେ ଆଲୋକପାତ କରିବା ସହ ରକ୍ତ ଶିକୁଳି ରୋଗରେ ପୀଡ଼ିତ ଶିଶୁଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଜିଲ୍ଲାରେ ଏଚଡିଏଫସି ବ୍ୟାଙ୍କ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହଯୋଗରେ ଜିଲ୍ଲାରୁ ୩୫ଜଣ ରକ୍ତ ଶିକୁଳି ରୋଗୀଙ୍କୁ ଚିହ୍ନଟ କରାଯାଇ ହେପାଟାଇଟିସ-ବି ଟୀକାକରଣ ଶିବିରରେ ଟୀକାକରଣ କରାଯାଇଥିଲା । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସାଧାନା ଦାସ, ଅତିରିକ୍ତ ଚିକିତ୍ସାଧିକାରୀ ଡା. ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଡା. ମନୋରଞ୍ଜନ ସାମଲ, ଡା. ସୁବାଷ ଚନ୍ଦ୍ର ମଣ୍ଡଲ, ଡା. ପ୍ରଭାତ କୁମାର ଓଝା, ଏଚଡିଏଫସି ବ୍ୟାଙ୍କ୍ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ସହପରିଚାଳିକା ଜ୍ୟୋସ୍ନା ରାଣୀ ଶର୍ମ।, ମହାମାରୀ ବିଶେଷଜ୍ଞ ଡା. ଦୟାଶିତା ସାହୁ ଓ ତାପସ କୁମାର ସାମଲ ଉପସ୍ଥିତ ଥିଲେ ।