ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ ହୋଇଛି । ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ସଞ୍ଜୟ କେଶରୀ ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଜନ ସଚେତନତା ପାଇଁ ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତ ପରିଭ୍ରମଣ କରିବ । ୧୪ ବର୍ଷ ପୂର୍ଣ୍ଣ ହୋଇନଥିବା ଶିଶୁଙ୍କୁ ନିଯୁକ୍ତି ଦେବା ଓ ୧୫ରୁ ୧୮ ବର୍ଷ କିଶୋରଙ୍କୁ ବୃତ୍ତିରେ ନିୟୋଜନ କରିବା ଦଣ୍ଡନୀୟ ଅପରାଧ ବୋଲି ପ୍ରତିଟି ଜନସାଧାରଣଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି ସଚେତନତା ଶୋଭାଯାତ୍ରାରେ ୱେଲ ଫେୟାର କୋଡିନେଟର ରତନ କୁମାର ରାଏ, ପିଏଲଭି ମେମ୍ବର, ଜିତା ବାରକୋଟ ବ୍ଲକର ସ୍ୱେଛାସେବୀ ଅନୁଷ୍ଠାନ ଜିତା, ସ୍ୱେଚ୍ଛାସେବୀ ସଂଗଠନ, ଟ୍ରେଡ ୟୁନିୟନ, ପାରା ଲିଗାଲ ସ୍ୱେଚ୍ଛାସେବୀ ଏବଂ ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ ।