ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ ସିଏସି ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ହୋଟେଲ ମମତାରୁ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ସମ୍ବଲପୁର ଅଇଁଠାପାଲି ଅଞ୍ଚଳର ସୁବାଷ ଅଗ୍ରୱାଲ । ଶ୍ରୀ ଅଗ୍ରୱାଲ ବଡ଼ଗାଁ ଷ୍ଟେଟ ବ୍ୟାଙ୍କରୁ ବଦଳି ହୋଇ ଗତ ୪ ଦିନ ପୂର୍ବେ ଦେବଗଡ଼ ଷ୍ଟେଟ ବ୍ୟାଙ୍କରେ ଯୋଗ ଦେଇଥିବା ଜଣାପଡ଼ିଛି । ଗତକାଲି ରାତି ୧୦ଟାରେ ଏକ ବିବାହ ଉତ୍ସବରେ ଯୋଗଦେଇ ହୋଟେଲ ରୁମକୁ ଫେରିଥିବାବେଳେ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ । ପୁଲିସ ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।