ବାଲିଗୁଡ଼ାରେ ନୂତନ ଏସଡିପିଓଙ୍କ ଯୋଗଦାନ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ୟଶ ପ୍ରତାପ ଶ୍ରୀମଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ୟଶ ପ୍ରତାପ ହେଉଛନ୍ତି ୨୦୨୦ ବ୍ୟାଚର ଆଇପିଏସ ଅଧିକାରୀ । ରାଜ୍ୟ ସରକାରଙ୍କ ଜରିଆରେ ଏସଡିପିଓ ଶ୍ରୀମଲଙ୍କ ପ୍ରଥମ ପୋଷ୍ଟିଂ କେସିଙ୍ଗା ଏସଡିପିଓ ଭାବେ ହୋଇଥିଲା । ସେଠାରୁ ବଦଳି ହୋଇ ସେ ବାଲିଗୁଡ଼ା ଏସଡିପିଓ ରୂପେ ଯୋଗଦାନ ପରେ ବାଲିଗୁଡ଼ା ଉପଖଣ୍ଡରେ ଆଇନ ଶୃଙ୍ଖଳା, ମାଓ ସମସ୍ୟା, ସମେତ ସାଧାରଣଲୋକଙ୍କ ସମସ୍ୟା ପ୍ରତି ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ବୋଲି ନିଜ ସାକ୍ଷାତ ଆଲୋଚନାରେ ସୂଚନା ଦେଇଛନ୍ତି । ବାଲିଗୁଡ଼ା ଏସଡିପିଓ ଭାବରେ ଯୋଗଦେବା ପରେ ଆଜି ସେ କୋଟଗଡ଼ ଥାନା ପରିଦର୍ଶନ କରିଛନ୍ତି ।