ଚାଞ୍ଚେର ପଞ୍ଚାୟତର ୬୭ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତରେ ସରପଞ୍ଚ ଅଞ୍ଜୁ କୁମାରଙ୍କ ଅଧ୍ୟକ୍ଷତାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଯୋଗଦେଇ ୨୦୨ ଜଣ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଥିଲେ ସେଥିରୁ ୬୭ଜଣ ନୂତନ ହିତାଧିକାରୀଙ୍କୁ ରହିଛନ୍ତି । ଏହି ୬୭ଜଣ ହିତାଧିକାରୀମାନେ ଦୀର୍ଘ ଦିନରୁ ଆବେଦନ କରିଥିଲେ ମଧ୍ୟ ଭତ୍ତା ପାଇବାରେ ବଞ୍ଚିତ ହୋଇ ଆସୁଥିଲେ । ହେଲେ ସରପଞ୍ଚ ଅଞ୍ଜ କୁମାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସେମାନେ ଭତ୍ତା ପାଇଥିବା ଜଣାପଡ଼ିଛି । ବର୍ତ୍ତମାନ ୬୭ ଜଣ ନୂତନ ହିତାଧିକାରୀ ଭତ୍ତା ପାଇଛନ୍ତି ଏବଂ ଆସନ୍ତା ୨ ମାସ ମଧ୍ୟରେ ପଞ୍ଚାୟତର ସମସ୍ତ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବେ ବୋଲି ସରପଞ୍ଚ ଶ୍ରୀମତୀ କୁମାର ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟା କନକ ମାଝୀ, ନାଏବ ସରପଞ୍ଚ ବାସନ୍ତୀ କରୁଆଁ, ଏସିଓ ବିଭୁ ମିଶ୍ର , କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ପାଢ଼ୀ ପ୍ରମୁଖଙ୍କ ସହ ଚାଞ୍ଚେର ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ଜନସାଧାରଣ ସାମିଲ ହୋଇଥିଲେ ।