ପାଟଣାଗଡ଼ ବିଜେପିର ଯୋଗ ଦିବସ ପାଳନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ରାଜଖମାର ପରିସରରେ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ । ଏଥିରେ ପାଟଣାଗଡ଼ ଅଞ୍ଚଳର ବିଶିଷ୍ଟ ଯୋଗଗୁରୁ ଦାମୋଦର ମାଝୀ ଯୋଗଦେଇ ବିଭିନ୍ନ ପ୍ରକାର ଯୋଗ ଓ ପ୍ରାଣାୟମ କରିଥିଲେ । ଯୋଗର ଉପାଦେୟତା ସମଗ୍ର ବିଶ୍ୱକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ସହାୟକ ହେବ ବୋଲି ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ବିଜେପି କର୍ମୀଙ୍କୁ କହିଛନ୍ତି ।