ହର୍ଷୋଲ୍ଲାସରେ ବାରକୋଟରେ ରଥଯାତ୍ରା ସମ୍ପନ୍ନ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଆଞ୍ଚଳିକ ରଥଯାତ୍ରା କମିଟି ବାରକୋଟ ଆନୁକୂଲ୍ୟରେ ଆଜି ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ପାଳିତ ହୋଇଯାଇଛି । କମିଟି ସଭାପତି କ୍ଷୀରୋଦ ବିହାରୀ ସାହୁଙ୍କ ପତ୍ୟେକ୍ଷ ତତ୍ୱାବଧାନରେ ଅପରାହ୍ନରେ ଜଗନ୍ନାଥ ମନ୍ଦିର ପରିସରରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯିବା ପରେ ଅବସରପ୍ରାପ୍ତ ବନ ଅଧିକାରୀ ବିଜୟ କୁମାର ମହାନ୍ତି ଛେରା ପହଁରା କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ ଦଳଙ୍କ ଶୋଭାଯାତ୍ରା ମଧ୍ୟରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥ ଟଣା ଅନୁଷ୍ଠିତ ହୋଇ ମାଉସୀ ମା’ ମନ୍ଦିରକୁ ନିଆଯାଇଥିଲା । ପ୍ରବଳ ଗୁଳୁଗୁଳି ସତ୍ୱେ ସହସ୍ରାଧିକ ଶ୍ରଦ୍ଧାଳୁ ଏହି ରଥ ଟଣାରେ ସାମିଲ ହୋଇଥିଲେ ।