ଅଂଶୁଘାତରେ ଛାତ୍ରୀ ଗୁରୁତର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରଭାବରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ଜଣାପଡ଼ିଛି । ଛାତ୍ରୀ ଜଣକ ହେଲେ ସାଗରିକ ସୁହୁଳା । ମିଳିଥିବା ରିପୋର୍ଟ ମୁତାବକ, ଆଜି ଦିନ ୧୦ଟାରେ କୁଣ୍ଡାପିଠା ହାଇସ୍କୁଲରେ ପ୍ରାର୍ଥନା ଆରମ୍ଭ ହେବାର କିଛି ସମୟ ପରେ ସାଗରିକା ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ କିଛି ଫଳପ୍ରଦ ନହେବାରୁ ୧୦୮ ଆମୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସାଗରିକାଙ୍କ ଚିକିତ୍ସା ଜାରି ରହିଥିବାବେଳେ ଟିଣ ଆଜବେଷ୍ଟ ଯୋଗୁ ଗରମ ପ୍ରଭାବରେ ସେ ଚେତାଶୂନ୍ୟ ହୋଇଥିବା ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରକାଶ କରିଛନ୍ତି ।