ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ବିଏଡ କଲେଜ ପରିସରରେ ୧୩(ଓ) ବିଏନ୍ ଏନସିସି ପକ୍ଷରୁ ଏଟିସି କ୍ୟାମ୍ପ ଉଦଘାଟିତ ହୋଇଯାଇଛି । ଏହି କ୍ୟାମ୍ପ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୫ଟି ଜିଲ୍ଲାର ୪ଟି ବିଦ୍ୟାଳୟ ଓ ୧୨ଟି କଲେଜରୁ ୪୭୨ ଜଣ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏଥିରେ ବାଳକ ୩୭୦ ଓ ବାଳିକା ୧୦୨ କ୍ୟାଡେଟ ତାଲିମ ନେବେ । ଏହି ସମୟ ମଧ୍ୟରେ ଡ୍ରିଲ, ଫାୟରିଂ, ନେତୃତ୍ୱ ବିକାଶ, ଶୃଙ୍ଖଳା ଓ ଆରଡିସି ପ୍ୟାରେଡ ପାଇଁ ତାଲିମ ଦିଆଯିବ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କର୍ଣ୍ଣେଲ ସୁଦିପ ମିଶ୍ର ଓ କମାଣ୍ଡିଂ ଅଫିସର ଜଗନ୍ନାଥ ନିଶଙ୍କୋ ଯୋଗଦେଇ ଏନସିସିର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ । ସୁବେଦାର ଏଆରଏଲ୍ ରେଡ୍ଡୀ, ସୁବେଦାର ପପୁ ଯାଦବ, ସୁବେଦାର ତ୍ରିବେଦୀ ଓ ଏନସିସି ଶିକ୍ଷକ ଉଦିତ କୁମାର ନାଗ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।