Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବେଆଇନ ପେଟ୍ରୋଲ, ଡିଜେଲ ଚାଲାଣ ବେଳେ ଚଢ଼ଉ, ୨୪୦୦ ଲିଟର ଡିଜେଲ ସହ ଗାଡି ଜବତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବେଆଇନ ପେଟ୍ରୋଲ, ଡିଜେଲ ଚାଲାଣ ବେଳେ ଚଢ଼ଉ, ୨୪୦୦ ଲିଟର ଡିଜେଲ ସହ ଗାଡି ଜବତ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ହରିଶଙ୍କର ରାସ୍ତା ପ୍ରାଣୀ ଚିକିତ୍ସାଲୟ ସମ୍ମୁଖରେ ବେଆଇନ ଭାବେ ଚାଲାଣ ହେଉଥିବା ପେଟ୍ରୋଲ ଡିଜେଲ ବୋଝେଇ ଏକ ଟ୍ରକକୁ ଯୋଗାଣ ବିଭାଗ ଚଢ଼ଉ କରି ୨୪ ସହ ଲିଟର ଡିଜେଲ ଜବତ କରିବା ସହ ଏକ ଟ୍ରକ ଅଟକ ରଖିଥିବା ଜଣାପଡିଛି। ସୂଚନା ଅନୁସାରେ ବେଆଇନ ଭାବେ ଏକ ଟ୍ରକରେ ଡିଜେଲ ଓ ପେଟ୍ରୋଲ ଚାଲାଣ ହେଉଥିବା ଖବର ପାଇ ଖପ୍ରାଖୋଲ ଯୋଗାଣ ନିରୀକ୍ଷକ ବିକାଶ ଵାର୍ଲା ଟ୍ରକ୍ କୁ ଅଟକାଇ ପଚରା ଉଚରା କରିଥିଲେ।

ପଚରା ଉଚରା ସମୟରେ ବେଆଇନ ଭାବରେ ଗାଁ ଗାଁକୁ ବିକ୍ରି ପାଇଁ ସ୍ଥାନୀୟ ଦୋରା ପେଟ୍ରୋଲ ପମ୍ପରୁ ଚାଲାଣ ହେଉଥିବା ଜାଣିବାକୁ ପାଇବା ସହ ୨୪ ଶହ ଲିଟର ଡିଜେଲ ଜବତ କରିବା ସହ ଏକ ଟ୍ରକକୁ ମଧ୍ୟ ଜବତ କରି ଥାନା ରେ ଜିମା ଦେଇଥିବା ବ୍ଲକ୍ ଯୋଗାଣ ନିରୀକ୍ଷକ ଵାର୍ଲା ପ୍ରକାଶ କରିଛନ୍ତି। ଏନେଇ ପାଟଣାଗଡ ଉପ ଜିଲ୍ଲା ଯୋଗାଣ ଅଧିକାରୀ ମାୟାଧର ସାହୁଙ୍କୁ ପଚାରିବାରୁ ଜବତ୍ ଡିଜେଲକୁ ଅନ୍ୟ ଏକ ପେଟ୍ରୋଲ ପମ୍ପରେ ଜିମା ଦିଆଯାଇଥିବା ବେଳେ ଗାଡ଼ିକୁ ଥାନାରେ ଜିମା ଦିଆଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ମାମଲା ରୁଜୁ ସହ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।