ବାଲେଶ୍ବର: ଜୁନ ୨ ତାରିଖ ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ଦୁଇ ଦିନ ବିତିଛି । ପ୍ରାୟ ୫୧ ଘଣ୍ଟା ପରେ ବାହାନଗା ରେଳ ଲାଇନ ସ୍ବାଭାବିକ ହୋଇଛି । ପରୀକ୍ଷାମୂଳକ ଭାବେ ପ୍ରଥମେ ମାଲଗାଡିକୁ ଛଡାଯାଇଛି । ରବିବାର ରାତିରେ ଡାଉନ୍ ଲାଇନ ରେଳ ଚଳାଚଳ ପାଇଁ ସ୍ବାଭାବିକ ହୋଇଛି । ଏହି ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ । ଟ୍ରେନ ଚଳାଚଳ ସମୟରେ ହାତଯୋଡି ପ୍ରାର୍ଥନା କରି ସଫଳ ଯାତ୍ରା ମନାସି ଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଦୀର୍ଘ ୫୧ ଘଣ୍ଟାର ପରିଶ୍ରମ ପରେ ବାଲେଶ୍ବର ବାହାନଗା ରେଳ ଷ୍ଟେନସରେ ଅପ୍ ଏବଂ ଡାଉନ୍ ଲାଇନ ସ୍ବାଭିବିକ ହୋଇଛି । ମରାମତି ଶେଷ ହେବା ପରେ ପ୍ରଥମେ ପରୀକ୍ଷୀମୂଳକ ଭାବେ ପ୍ରଥମେ ଟ୍ରାକ୍ରେ ମାଲଗାଡି ଚାଲିଥିଲା । ଟ୍ରେନ୍ ଗଡିବା ସମୟରେ ସେଠାରେ ଉପସ୍ଥିତ ଥିଲା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହାତଯୋଡି ଭାଗବାନଙ୍କୁ ସ୍ମରଣ କରିଥିବା ଦେଖିବାକୁ ମିଳିଥିଲା । ଏନେଇ ଟ୍ବିଟ୍ କରି ମଧ୍ୟ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ।
ରେଳ ଚଳାଚଳ ସ୍ବାଭାବିକ ହେବା ପୂର୍ବରୁ ରେଳ ମନ୍ତ୍ରୀ ଦିନରାତି ଉପସ୍ଥିତ ରହି ରେଳ ଟ୍ରାକ ସଜାଡ଼ିବା ସହ ଓଭର ହେଡ୍ ବିତ୍ୟୁତ ସଂଯୋଗ କାମ ଯାଞ୍ଚ କରିଥିଲେ । ଦୁର୍ଘଟଣାରେ ୫୧ ଘଣ୍ଟା ପରେ ବାହାନଗାରେ ବଜାର ଉଭୟ ଲାଇନରେ ଟ୍ରେନ୍ ଗଡିଛି । ରାତି ପ୍ରାୟ ୧୦ଟା ୪୦ରେ ମାଲବାହୀ ଟ୍ରେନ୍ ବାହାନଗା ବଜାର ଅତିକ୍ରମ କରିଥିଲା । ଏହି ରୁଟ୍ରେ ଯାତ୍ରୀବାହୀ ଟ୍ରେନ୍ ସେବା କେବେ ପୁନଃ ଆରମ୍ଭ ହେବ ସେ ନେଇ କୌଣସି ସୂଚନା ମିଳିନାହିଁ । ଆଜି ଉଭୟ ଟ୍ରାକରେ ସମସ୍ତ ରେଳ ଚଳାଚଳ ସ୍ବାଭାବିକ କରିବାକୁ ଲକ୍ଷ୍ୟ ରଖାଯାଇଛି ।