ଏସ୍‌ଏସ୍ ଡ୍ୟାନ୍ସ ଓ ଫିଟ୍‌ନେସ୍ ଏକାଡ଼େମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଏସ୍‌ଏସ୍ ଡ୍ୟାନ୍ସ ଓ ଫିଟ୍‌ନେସ୍ ଏକାଡେମୀ ତରଫରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ‘ବର୍ଣ୍ଣ ଟୁ ଡ୍ୟାନ୍ସ-ଡିସ୍‌କଭର ଇଓର ଟାଲେଣ୍ଟ’ ରବିବାର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ଏହି ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହିତ ଆହତଙ୍କ ଆଶୁଆରୋଗ୍ୟ କାମନା କରାଯାଇଛି । ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ହୋଇ ଉତ୍ସବର ଶୁଭାରମ୍ଭ ହୋଇଥିଲା ।

ଏଥିରେ ମର୍ଡନ ଆର୍ଟ ଓ ଡ୍ୟାନ୍ସ ପ୍ରତିଯୋଗିତା ରଖାଯାଇଥିଲା । ଯେଉଁଥିରେ ସୋଲୋ, ଡୁଏଟ୍ ଓ ଗ୍ରୁପ୍ ଡ୍ୟାନ୍ସ ରଖାଯାଇ ଏଥିରେ ଭାଗ ନେବାପାଇଁ ସବ୍‌ଜୁନିଅର୍‌(୪ରୁ ୧୦ ବର୍ଷ), ଜୁନିଅର୍‌(୧୦-୧୪ ବର୍ଷ) ଓ ସିନିଅର୍‌(୧୪ରୁ ଊର୍ଦ୍ଧ୍ୱ ବର୍ଷ ବୟସର) ସୀମା ନିର୍ଦ୍ଧାରଣ କରାଯାଇଥିଲା । ଏହି ପ୍ରତିଯୋଗୀତା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ଚାମ୍ପିଅନ୍ ମାନଙ୍କୁ ସନ୍ଧ୍ୟା ସାଢ଼େ ୬ଟାରେ ଯୋଗଦେଇଥିବା ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ସୁନ୍ଦର ଭାବେ ଆୟୋଜନ ହୋଇଥିବା ବେଳେ ଏହାର ସୁପରିଚାଳନା ପାଇଁ ଏସ୍‌ଏସ୍ ଡ୍ୟାନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ରୀତା ମହାପାତ୍ର ଓ ସଭାପତି ତାପସ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ