ଭାରତ ବଜାରରେ ଅଡି ଏ୬: ୫୪.୨୦ ଲକ୍ଷରୁ ଆରମ୍ଭ

ମୁମ୍ବାଇ,ଏଜେନ୍ସିଜର୍ମାନର ବିଳାଶପୂର୍ଣ୍ଣ କାର୍ ନିର୍ମାଣକାରୀ କମ୍ପାନୀ ଅଡି ଭାରତରେ ଗୁରୁବାର ଏହାର ସେଡାନ୍ ଏ୬’କୁ ବଜାର ପ୍ରବେଶ କରାଇଛି। ଅଷ୍ଟମ ପିଢ଼ିର ଏହି ମଡେଲଟିଭାରତରେ ୫୪.୨୦ ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍ ମୂଲ୍ୟ)ରୁ ଆରମ୍ଭ ହୋଇଛି।

ଏହି ନୂତନ ମଡେଲର ଷ୍ଟାଇଲରେ ଅନେକ ସୁଧାର କରାଯାଇଛି ଏବଂ ଏଥିରେ ପଛସିଟରେ ଅଧିକ ଜାଗା ମଧ୍ୟ ଉପଲବ୍ଧ କରାଯାଇଛି। ଭାରତରେ ଅଡି ଏ୬’ର କେବଳପେଟ୍ରୋଲ୍‌ ଗାଡ଼ିକୁ ଶୁଭାରମ୍ଭ କରାଯାଇଛି। ଏଥିସହିତ ଉନ୍ନତ ଇଣ୍ଟେରିଅର୍ ଦିଆଯାଇଥିବାବେଳେ ଏଥିରେ ନୂତନ ଟେକ୍ନିକରବ୍ୟବହାର କରାଯାଇଛି।

ଏହି ମଡେଲ୍‌ରେ ୨.୦ ଲିଟର୍ ଟିଏଫ୍ଏସ୍ଏଲ୍ (ଟର୍ବୋ ଫୁଏଲ୍ ଷ୍ଟ୍ରାଟିଫାଏଡ୍ ଇଞ୍ଜେକ୍ସନ୍) ଇଞ୍ଜିନର ବିକଳ୍ପ ରହିଛି। ବର୍ତ୍ତମାନ ଏହି ଗାଡ଼ିଟି ଦେଶବ୍ୟାପୀ ସମସ୍ତ ଡିଲରସିପ୍‌ରେ ଉପଲବ୍ଧ ହେଉଛି।