Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅବକାରୀ ବିଭାଗର ଚଢ଼ାଉ, ୫୭ଲିଟର ମଦ ଜବତ ୨ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅବକାରୀ ବିଭାଗର ଚଢ଼ାଉ, ୫୭ଲିଟର ମଦ ଜବତ ୨ ଗିରଫ

ବାଲେଶ୍ୱର/ଖଇରା,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ସୋର ଓ ଖଇରା ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ପରିମାଣରେ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଘଟଣାରୁ ପ୍ରକାଶ ଯେ ଗୁରୁବାର ବାଲେଶ୍ୱର ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ନୀଳଗିରି ଆଇଆଇସି ଭଦେଲାଲ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୋର ଓ ଆଇସି କୁଳମଣି ମହାରଣା ଓ ତାଙ୍କର ଟିମ୍ ଏବଂ ମୋବାଇଲ ସ୍କ୍ୱାଡ଼ର୍ ଓ ତାଙ୍କର ଟିମଙ୍କ ସାହାଯ୍ୟରେ ସୋର ଥାନା ଅନନ୍ତପୁର ଆଗିରିଆ ଗ୍ରାମର ଅରୁଣ ବେହେରାଙ୍କ ଠାରୁ ୭ଲିଟର ବିଅର ଓ ଖଇରା ଥାନା ଅଧିନ ବର୍ତ୍ତନା ବଜାରରୁ ଅଜିତ ସିଂଙ୍କ ଠାରୁ ୫୦ଲିଟର ବିଦେଶୀ ମଦ ଜବତ କରି ସେମାନଙ୍କ ବିରୋଧରେ ନୀଳଗିରି ରେଞ୍ଜର ଅବକାରୀ କେସ୍ ନଂ-୨୧ ଓ ୨୨/୧୯-୨୦ରେ ମାମଲା ରୁଜୁ କରି କୋଟ ଚାଲାଣ କରିଛି।

ପ୍ରକାଶ ଥାଉକି ଖଇରା ଥାନା ଅଧୀନ ବର୍ତ୍ତନା ବଜାରରେ ଚୋରା ମଦ ବିକ୍ରି ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। କିଛି ଦିନ ପୂର୍ବରୁ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ସ୍ଥାନୀୟ ସମାଜସେବୀ ତଥା ପୂର୍ବତନ ବାୟୁସେନା ଅଧିକାରୀ ସତ୍ୟବ୍ରତ ନାରାୟଣ ବେହେରା ଏ ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହି ଚଢ଼ଉରେ ଚନ୍ଦ୍ର ସିଂ, ଅଞ୍ଜନ ଜେନା, ଏସ୍ କେ କଲିମ୍, ପ୍ରହଲ୍ଲାଦ ବାରିକ, ଦେବାଶୀଷ ମହାଳିକ, ପିଙ୍କି ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।