ପାଟଣାଗଡ଼ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ମହିଳା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଏନଏସି ୱାର୍ଡ ନଂ ୭ କଲ୍ୟାଣ ନଗରରେ ଏକ ଡ୍ରେନ ନିର୍ମାଣ ପାଇଁ ବାରମ୍ବାର ଦାବୀ କରିଆସୁଥିଲେ ମଧ୍ୟ ଏନଏସି ପ୍ରଶାସନ ଶୁଣୁ ନଥିବାରୁ ଆଜି ପଡ଼ାବାସୀ ଏକତ୍ରିତ ହୋଇ ପୁଣି ଏନଏସିକୁ ଆସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଉ ଆଜି ପୁଣି ପ୍ରତିଶ୍ରୁତି ନେଇ ପଡ଼ାବାସୀ ଫେରିଛନ୍ତି । ଡ୍ରେନ ସୁବିଧା ନଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ପାଣି ନିସ୍କାଷିତ ହୋଇପାରୁନଥିବାରୁ ଅଞ୍ଚଳର ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ପଡ଼ାବାସୀ ଅଭିଯୋଗ କରିଛନ୍ତି । ଡ୍ରେନ ପାଇଁ ସ୍ଥାନୀୟ ଏମଏଲଏଠାରୁ ଆରମ୍ଭ କରି ଏନଏସି ପ୍ରଶାସନକୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କେହି ଶୁଣୁନଥିବା ପଡ଼ାବାସୀ କହିଛନ୍ତି । ତେବେ ଆଗାମୀ ୩ ଦିନ ମଧ୍ୟରେ କାମ ନ ହେଲେ ଏନଏସି ଅଫିସ ସମ୍ମୁଖରେ ଧାରଣା ଦେବେ ବୋଲି ପଡ଼ାବାସୀ ଚେତାବନୀ ଦେଉଛନ୍ତି ।