ମୁମ୍ବାଇ: ମୁମ୍ବାଇ ଏନସିବି ପୂର୍ବ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଦାବୀ କରିଛନ୍ତି । ୱାଙ୍ଖଡେ କହିଛନ୍ତି ଯେ, ମୋତେ ଓ ମୋ ପତ୍ନୀଙ୍କୁ ଗତ ୪ ଦିନ ହେବ ଧମକ ମିଳୁଛି ଏବଂ ଅଶ୍ଳୀଳ ମେସେଜ ଆସୁଛି । ଏନେଇ ମୁଁ ଆଜି ମୁମ୍ବାଇ ପୁଲିସ ଆୟୁକ୍ତଙ୍କୁ ଚିଠି ଲେଖି ବିଶେଷ ସୁରକ୍ଷା ଦାବୀ କରିବି ।
ସୂଚନାଯୋଗ୍ୟ, ସମୀର ୱାଙ୍ଖଡେଙ୍କୁ ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟ ଆଜି ପର୍ଯ୍ୟନ୍ତ ଗିରଫଦାରୀକୁ ନେଇ ସୁରକ୍ଷା ପ୍ରଦାନ କରିଥିଲେ । ଏହି ମାମଲାର ଶୁଣାଣୀ ଆଜି ବମ୍ବେ ହାଇକୋର୍ଟ କରିବ ।