ଶ୍ରୀନଗର: ଆଜି (ସୋମବାର)ଠୁ ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଆରମ୍ଭ ହେବାକୁ ଯାଉଛି ତିନି ଦିନିଆ ଜି୨୦ ଶିଖର ସମ୍ମିଳନୀ । ଏଥିରେ ଅନେକ ଦେଶ ସାମିଲ ହେବାକୁ ଥବା ବେଳେ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ ପର୍ଯ୍ୟଟନ ମନ୍ତ୍ରଣାଳୟର ସଚିବ ଅରବିନ୍ଦ ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି, “କୌଣସି କାରଣବଶତଃ ନେଇ କିଛି ଦେଶ ଜି-୨୦ ବୈଠକରେ ସାମିଲ ହୋଇପାରିନାହାନ୍ତି । ଆମେ ଖୁସି ଯେ ଅନେକ ଦେଶର ପ୍ରତିନିଧୀ ମଣ୍ଡଳୀ ଏହି ସମ୍ମିଳନୀରେ ସାମିଲ ହେବେ । ସିଙ୍ଗାପୁରକୁ ସବୁଠୁ ବଡ ପ୍ରତିନିଧୀ ମଣ୍ଡଳୀ ପଠାଯାଇଛି ।
ଜି-୨୦ କୋଡିନେଟର ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଶିଖର ସମ୍ମିଳନୀର ମହତ୍ତ୍ବ ଉପରେ ଗୁରୁତ୍ବ ଦେଇ କହିଛନ୍ତି, “ଆମେ ବର୍ତ୍ତମାନ ଅଧା ରାସ୍ତାରେ ରହିଛୁ, ବର୍ତ୍ତମାନ ପର୍ଯ୍ୟନ୍ତ ୧୧୮ ରୁ ଅଧିକ ବୈଠକ ଆମେ ଶେଷ କରିଛୁ । କିଛି ମାସ ପୂର୍ବରୁ ଶ୍ରୀନଗରରେ ଅନେକ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା, ସେବେଠାରୁ ସହରର ରୂପ ବଦଳିଯାଇଛି ।
ଜି -୨୦କୁ ନେଇ ଲୋକଙ୍କ ମନରେ ଥିବା ଧାରଣାକୁ ସ୍ପଷ୍ଟ କରିବା କରିବା ପାଇଁ ଅନେକ ଚେଷ୍ଟା କରାଯାଉଛି । ଜମ୍ମୁ କାଶ୍ମୀର ଫିଲ୍ମ ପର୍ଯ୍ୟଟନ ପାଇଁ ଜଣାଶୁଣା । ଜମ୍ମୁ କାଶ୍ମୀରର ସଂସ୍କୃତି, ଐତିହ୍ୟ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ ତଥା ପୁନର୍ଜୀବିତ କରିବା ଏହି ବୈଠକର ମୂଳ ଲକ୍ଷ୍ୟ ।
କାଶ୍ମୀରରେ ଜି-୨୦ ଶିଖର ସମ୍ମିଳନୀ ହେଉଥିବାରୁ ପୋଲିସ ପ୍ରଶାସନ ନିଜକୁ ପ୍ରସ୍ତୁତ ରଖିଛି । ସମ୍ମିଳନୀରେ ସାମିଲ ହେବାକୁ ଥିବା ପ୍ରତିନିଧିମାନେ ମାନେ ସ୍ଥାନୀୟ ଦର୍ଶନୀୟ ସ୍ଥାନ ଏବଂ ଡାଲ ହ୍ରଦ ଯିବାର କାର୍ଯ୍ୟକ୍ରମ ରହିଛି । ଡାଲ ହ୍ରଦ କୂଳରେ ଅବସ୍ଥିତ ଶେର୍ କାଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଆରମ୍ଭ ହେବାକୁ ଥିବା ଅଧିବେଶନରେ ଅନ୍ତର୍ଜାତୀୟ ପ୍ରତିନିଧି ମଣ୍ଡଳୀ ଏବଂ ମନୋନୀତ ହୋଇଥିବା ଭାରତୀୟ ଅଧିକାରୀଙ୍କ ସମେତ 180ରୁ ଅଧିକ ବ୍ୟକ୍ତି ଯୋଗ ଦେବେ ।”