୧୯୨ କେଜି ଗଞ୍ଜେଇ ଜବତ, ୩ଜଣ ଫେରାର

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: ଫିରିଙ୍ଗିଆ ପୁଲିସ ଫିରିଙ୍ଗିଆ ଥାନା ତଳଦଣ୍ଡିକିଆ ପଞ୍ଚାୟତ କୁସୁମୁନାଜୁ ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରୁ ୧୯୨ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । କିନ୍ତୁ ପୁଲିସକୁ ଦେଖି ଘଟଣାସ୍ଥଳରୁ ୩ ଗଞ୍ଜେଇ ଚାଲାଣକାରୀ ଗଞ୍ଜେଇ ଛାଡ଼ି ଫେରାର ହୋଇଥିବା ନେଇ ପୁଲିସ ସୂଚନା ଦେଇଛି । ମିଳିଥିବା ରିପୋର୍ଟ ମୁତାବକ, ଫିରିଙ୍ଗିଆ ପୁଲିସ କୌଣସି ସୂତ୍ରରୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ପାଇଥିଲା । ପରେ ଏକ ପୁଲିସ ଟିମ୍ ତଳଦଣ୍ଡିକିଆ ପଞ୍ଚାୟତର କୁସୁମୁନାଜୁ ଘାଟି ରାସ୍ତାରେ ଯାଉଥିବାବେଳେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ହେଉଥିବା ୩ଜଣ ମାଫିଆ ଫେରାର ହୋଇଥିଲେ । ପୁଲିସ ଘଟଣାସ୍ଥଳରୁ ଗଞ୍ଜେଇ ଜବତ କରିବା ସହ ଏକ ମାମଲା ରୁଜୁ କରିଛି । ଅନ୍ୟପଟେ ଚାଲାଣକାରୀକୁ ଗିରଫ କରିବାକୁ ନେଇ ପ୍ରୟାସ ଜାରି ରହିଥିବାବେଳେ ଅଧିକ ତଦନ୍ତ ଚାଲିଛି ବୋଲି ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।