କର୍ଣ୍ଣାଟକ: କଂଗ୍ରେସ ୪ ଦିନର ମନ୍ଥନ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନାଁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । ପାର୍ଟି ପୁଣିଥରେ ସିଦ୍ଧରମୈୟା ଉପରେ ଆସ୍ଥା ପ୍ରକଟ କରିଛି । ସିଦ୍ଧରମୈୟାଙ୍କ ନାଁ ଉପରେ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମୋହର ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀ ଦୌଡ଼ରେ ସିଦ୍ଧରମୈୟା ତାଙ୍କ ପ୍ରତିଦ୍ୱନ୍ଦୀ ଡୀକେ ଶିବକୁମାରଙ୍କ ଉପରେ ଭାରି ପଡ଼ିଥିଲେ । ସିଦ୍ଧରମୈୟା କାଲି ଶପଥ ନେବା ନେଇ ସୂଚନା ମିଳିଛି ।