ବିଜେପୁରରେ ବିଜେଡିର ହ୍ୟାଟ୍ରିକ: ୯୭,୯୯୦ ଭୋଟରେ ରୀତା ସାହୁଙ୍କ ରେକର୍ଡ ବିଜୟ

ବରଗଡ଼,ଏନ୍ଏନ୍ଏସ୍: ବିଜେପୁର ଉପନିର୍ବାଚରେ ପୁଣି ବିଜେଡି ବିଜୟ ହାସଲ କରି ରେକର୍ଡ କରିଛି। ବିଜେପି ପ୍ରାର୍ଥୀନୀ ରୀତା ସାହୁ ସାଧାରଣ ନିର୍ବାଚନର ବିଜୟ ବ୍ୟବଧାନକୁ କାଟି ରେକର୍ଡ କରିଛନ୍ତି। ୨୧ରାଉଣ୍ଡରେ ରୀତା ସାହୁ ୯୭,୯୯୦ ଭୋଟରେ ଆଗୁଆ ରହି ବିଜୟ ହାସଲ କରିଛନ୍ତି।

ତେବେ ଗତ ନିର୍ବାଚନରେ ସୌମ୍ୟ ପଟ୍ଟନାୟକ ସର୍ବାଧିକ ବ୍ୟବଧାନରେ ଜିତିଥିବା ବେଳେ ଆଜି ତାଙ୍କର ଏହି ରେକର୍ଡକୁ ରୀତା ସାହୁ ଭାଙ୍ଗିଛନ୍ତି। ଓଡିଶା ବିଧାନସଭା ନିର୍ବାଚନ ଇତିହାସରେ ରୀତା ସାହୁ ସର୍ବକାଳୀନ ରେକର୍ଡ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟେଲିଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।

ଏହି ପରିପ୍ରେକ୍ଷୀରେ ବିଜେଡି ୧,୩୫,୯୫୭ ଭୋଟ ପାଇଥିବା ବେଳେ ବିଜେପି ୩୭,୯୬୭ଟି ଭୋଟ ଓ କଂଗ୍ରେସ ୫୮୭୩ ଭୋଟ ପାଇଛି। ପୋଷ୍ଟାଲରେ କଂଗ୍ରେସ ୨ଟି ଭୋଟ, ବିଜେପି ୧୨ଟି ଓ ବିଜେଡି ୮ଟି ଭୋଟ ପାଇଛି।