ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ: ଭଙ୍ଗାଯିବ ସରପଞ୍ଚ ସ୍ୱାମୀଙ୍କ ରଙ୍ଗମହଲ

ଯାଜପୁର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ଧର୍ମଶାଳା ପିଇଓ ସ୍ମିତାରଣୀ ବିଶ୍ୱାଳଙ୍କ ମୃତ୍ୟ ଏବେବି ରହସ୍ୟ ଘେରରେ ରହିଛି। ତେବେ ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ ସରପଞ୍ଚଙ୍କ ସ୍ୱାମୀ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ବହୁ ଚର୍ଚ୍ଚିତ ଗେଷ୍ଟହାଉସ୍ ‘ରଙ୍ଗମହଲ’କୁ ଭଙ୍ଗାଯିବା ନେଇ ଗୁରୁବାର ଯାଜପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗେଷ୍ଟ ହାଉସ୍ ବେଆଇନ୍ ଭାବେ ସରକାରୀ ଜମିରେ ନିର୍ମାଣ କରାଯାଇଥିବା ନେଇ ତହସିଲଦାର ସ୍ପଷ୍ଟ କରିବା ପରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ଉକ୍ତ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି।

ସୂଚନାଯୋଗ୍ୟ, ଉକ୍ତ ଗେଷ୍ଟ ହାଉସରେ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ପୁଲିସ୍ ଅଭିଯୁକ୍ତ ରୁପେଶ ଭଦ୍ରଙ୍କୁ ଗିରଫ କରିଥିଲା।