ଭୁବନେଶ୍ୱର ପାରମ୍ପରିକ କାରିଗରଙ୍କ ସହ ଯୋଡ଼ିହେଲା ‘ଏଟସି’

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱତନ୍ତ୍ର, ହାତତିଆରି ଓ ଅଭିନବ ଉତ୍ପାଦର ବିଶ୍ୱସ୍ତରୀୟ ବଜାର ଭାବେ ପରିଗଣିତ ଏଟସି ତରଫରୁ ସହରର କାରିଗରମାନଙ୍କ ମଧ୍ୟରେ ଲଘୁ ଉଦ୍ୟମିତାର ପ୍ରସାର କରିବା ଲାଗି ଭୁବନେଶ୍ୱରରେ ଆୟୋଜନ କରାଯାଇଛି “ଦି ଏଟସି କଲେକ୍ଟିଭ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଆଲୋଚନା ଓ ସୂଚନାଭିତ୍ତିକ ଅଧିବେଶନ ଆୟୋଜନ କରାଯାଇଥିଲା, ଯେଉଁଥିରେ ପରିକଳ୍ପନା ଏବଂ ହସ୍ତକଳାକୁ ଭଲ ପାଉଥିବା ଲୋକମାନେ ଅଂଶଗ୍ରହଣ କରିଥିଲେ।

“ହୋପିଙ୍ଗ ଚିଡିୟା’ ନାମରେ ହାତତିଆରି କାଗଜ ଗହଣା ବିକ୍ରି କରୁଥିବା ଏଟସିର ବିକ୍ରେତା ତଥା ମହିଳା ଉଦ୍ୟୋଗୀ କନୁପ୍ରିୟାଙ୍କ ଆଲୋଚନା ଅଧିବେଶନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅନଲାଇନରେ ଏବଂ ଏଟସି ସପରେ କିଭଳି ବିକ୍ରି କରାଯାଇପାରିବ ସେ ନେଇ ଅଂଶଗ୍ରହଣ କରିଥିବା କାରିଗରମାନେ ପ୍ରଶ୍ନ କରିଥିଲେ ଏବଂ ଏଟସିର ପ୍ରତିନିଧିମାନେ ସେମାନଙ୍କ ଉତ୍ତର ପ୍ରଦାନ କରିଥିଲେ। ପରିକଳ୍ପନା ଏବଂ କାରିଗରୀ ଭାବର ଉତ୍ସବ ପାଳନ କରିବା ଲାଗି ଏହି କାର୍ଯ୍ୟକ୍ରମ ଶେଷରେ ଡିପିଆର-ଆର୍ଟଲାଇଫର ସ୍ଥାନୀୟ କଳାକାର ଲିପସା ଏବଂ ଦେବୀଙ୍କ ତରଫରୁ ଏକ ଡିଆଇୱାଇ କର୍ମଶାଳା ଆୟୋଜନ କରାଯାଇଥିଲା ଯାହା ଅଂଶଗ୍ରହଣକାରୀମାନଙ୍କୁ ପାରମ୍ପରିକ ଉଲ କଣ୍ଢେଇ ପେଟିଂର କଳା ଶିଖାଇଥିଲା।

କାରିଗର ଗୋଷ୍ଠୀ ଏବଂ ସ୍ଥାନୀୟ କ୍ଷୁଦ୍ର ବିକ୍ରେତାଙ୍କ ପ୍ରସାର ଲାଗି ଭାରତରେ ଆମେ ତୃଣମୂଳସ୍ତରୀୟ ପଦକ୍ଷେପ ଗ୍ରହଣ କରିବା ଉପରେ ବିଶ୍ୱାସ କରୁଥିବାରୁ ଏଟସି କଲେକ୍ଟିଭ ହେଉଛି ସେମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଜଡ଼ିତ ହେବାର ଶ୍ରେଷ୍ଠ ମାଧ୍ୟମ। ଏଟସି କଲେକ୍ଟିଭ ସେମାନଙ୍କୁ ଡିଜିଟାଲ କ୍ଷେତ୍ରରେ ରହିଥିବା ସୁଯୋଗର ଅନୁସନ୍ଧାନ କରିବା ଏବଂ ଅନଲାଇନ ବିକ୍ରି ଉପରେ ସେମାନଙ୍କୁ ଅଧିକ ଜାଣିବାରେ ସହାୟତା ପ୍ରଦାନ କରିଥିଲା। ଏହି ବିଶ୍ୱସ୍ତରୀୟ ପ୍ଲାଟଫର୍ମ କ୍ଷୁଦ୍ର ବିକ୍ରେତାଙ୍କ ଉପରେ ଗୁରୁôତ୍ୱ ଦେଉଥିବାରୁ ଭୁବନେଶ୍ୱର ଗୃହିଣୀ ହୁଅନ୍ତୁ କିମ୍ବା କ୍ଷୁଦ୍ର ନିର୍ମାତା ଆମେ ପ୍ରତିଟି ଅଭିନବ ଚିନ୍ତାଧାରାର ବ୍ୟକ୍ତିଙ୍କୁ ସେମାନଙ୍କ ସର୍ତ ଅନୁସାରେ ଉଦ୍ୟୋଗୀ ହେବା ଲାଗି ଉତ୍ସାହିତ କରୁଛୁ। ଭୁବନେଶ୍ୱରରେ ହସ୍ତକଳାକୁ ନେଇ ରହିଥିବା ଆଗ୍ରହକୁ ଦେଖି ମୁଁ ଅତ୍ୟନ୍ତ ପ୍ରଭାବିତ।

-ହିମାଂଶୁ ବର୍ଦ୍ଧମାନ, ଭାରତ ପରିଚାଳନା ନିର୍ଦ୍ଦେଶକ, ଏଟସି

ଏହି କାର୍ଯ୍ୟକ୍ରମରେ ବିପୁଳ ପରିମାଣର ଲୋକ ବିଶେଷ କରି ଅଧିକ ସଂଖ୍ୟାରେ ମହିଳା ସାମିଲ ହୋଇଥିଲେ। ସଂଯୋଗର ବିଷୟ ହେଉଛି ଏଟସିରେ ୮୭% ବିକ୍ରେତା ହେଉଛନ୍ତି ମହିଳା ଏବଂ ୯୭% ଲୋକ ସେମାନଙ୍କ ଅଭିନବ ଚିନ୍ତାଧାରା କାରବାରକୁ ନିଜ ଘରୁ ପରିଚାଳିତ କରୁଛନ୍ତି। ବିଶ୍ୱସ୍ତରରେ ଏଟସିର ସାରା ବିଶ୍ୱର ୮୦ରୁ ଅଧିକ ଦେଶରେ ୨.୩ ନିୟୁତ
ବିକ୍ରେତା ଏବଂ ୪୩.୭ ନିୟୁତ କ୍ରେତା ରହିଛନ୍ତି।

ଏଟସି କଲେକ୍ଟିଭ ଜରିଆରେ ଭାରତରେ ରହିଥିବା ବିକ୍ରେତାଙ୍କ ସଂଖ୍ୟା ବଢ଼ାଇବା ଏବଂ ଭାରତର ବୃହତ ଅଭିନବ ଚିନ୍ତାଧାରା ରଖିଥିବା ଗୋଷ୍ଠୀ ସାମ୍ନାରେ ନିଜର ଅନୁଭୂତି ବଖାଣିବାରେ ସହାୟତା ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖାଯାଇଥିଲା। ଏଟସି କଲେକ୍ଟିଭକୁ ୨୦୧୮ରେ ଆରମ୍ଭ କରାଯାଇଥିଲା ଏବଂ ଭାରତର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ସହରରେ ଏଭଳି ୩୮ ପାଖାପାଖି କଲେକ୍ଟିଭ ଆୟୋଜନ କରାଯାଇଛି। ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ଗୋଆ, ଅହମ୍ମଦାବାଦ, ଭୋପାଳ, କୋଲକାତା, ପୁଡୁଚେରି, ଜମ୍ମୁ, ଚେନ୍ନାଇ, କୋଚି, ପୁନେ, ଗେହ୍ୱାଟି, ଲକ୍ଷେ୍ନା, ଥିରୁବନନ୍ତପୁରମ, କୋଲକାତା ଆଦି ସହରରେ ଏଟସି କଲେକ୍ଟିଭ ଆୟୋଜନ କରାଯାଇଛି।