ନବରଙ୍ଗପୁର,ଏନ୍ଏନ୍ଏସ୍: କଂଗ୍ରେସ ପକ୍ଷରୁ ଜୟ ଭାରତ ଅଭିଯାନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ଗଣତନ୍ତ୍ରକୁ କେନ୍ଦ୍ର ସରକାର ହତ୍ୟା କରିଛନ୍ତି ତାକୁ ଆମେ ତୀବ୍ର ନିନ୍ଦା କରୁଛୁ । ଯେତେବେଳେ ୨୪ଟି ବିରୋଧୀ ଦଳ ମିଳିତ ଭାବେ କେନ୍ଦ୍ର ସରକାରଙ୍କୁ ବିରୋଧ କରୁଛନ୍ତି ସେତେବେଳେ ରାଜ୍ୟ ସରକାର ସିବିଆଇ ଓ ଇଡି ଚଢ଼ଉ ଭୟରେ ନିରବ ରହୁଛନ୍ତି । ତେଣୁ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ୨ଟି ପାର୍ଶ୍ୱ । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ କଂଗ୍ରେସ ପକ୍ଷରୁ ଜୟ ଭାରତ ଅଭିଯାନ ଆରମ୍ଭ ହୋଇଛି । ଏ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ବାହିନୀପତି କହିଛନ୍ତି । ଡିସିସି ସଭାପତି ମୁନା ତ୍ରିପାଠୀଙ୍କ ସଭାପତିତ୍ୱରେ ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଭୁଜବଳ ମାଝୀ, ପୂର୍ବତନ ବିଧାୟକ ସଦନ ନାୟକ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ସମେତ ରଞ୍ଜିତ ପାତ୍ର, ଦ୍ୱାରିକା ମହାପାତ୍ର, ସନରାଜ ଗଣ୍ଡ, ଦିବାକର ପୁଜାରି, ଆଇନଜୀବୀ ଦିଲ୍ଲୀପ ବେହେରା, ପ୍ରଦୀପ ସାହୁ, ଦିଲ୍ଲୀପ ପ୍ରଧାନୀ, ପି ନାଗରତ୍ନକ୍ଷମା, ମନସା ତ୍ରିପାଠୀ ଓ ଡା ଲିପିକା ମାଝୀ ପ୍ରମୁଖ ଅଂଶଗ୍ରହଣ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଯୁବ ଓ ମହିଳା କଂଗ୍ରେସର ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ ।