ଅପରେସନ କାବେରୀ ମାଧ୍ୟମରେ ସୁଡ଼ନ ବନ୍ଦରାଗାର ପହଞ୍ଚିଲେ ୫୦୦ ଭାରତୀୟ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସୁଡ଼ନରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାର ଅପରେସନ କାବେରୀ ଚଲାଉଛନ୍ତି । ଫଳରେ ୫୦୦ ଭାରତୀୟ ସୁଡ଼ନ ବନ୍ଦରାଗାରରେ ପହଞ୍ଚି ଯାଇଛନ୍ତି । ଏନେଇ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପଟେ ଫ୍ରାନ୍ସର ବାୟୁ ସେନା ୫ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଛି । ଏହି ଭାରତୀୟଙ୍କୁ ୨୮ରୁ ଅଧିକ ଅନ୍ୟ ଦେଶର ଲୋକଙ୍କ ସହ ଜିବୁତୀରେ ଥିବା ଫ୍ରାନ୍ସ ସୈନ୍ୟ ଅଡ୍ଡାକୁ ଅଣାଯାଇଛି ।

ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଲେଖିଛନ୍ତି ଯେ, ସୁଡ଼ାନରେ ଫସିଥିବା ଆମ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଆମେ ପ୍ରତିବଦ୍ଧ । ଆମ ବିମାନ ଓ ଜାହାଜ ସେମାନଙ୍କୁ ଆଣିବା ପାଇଁ ପ୍ରସ୍ତୁତ ରହିଛି ।