ରିଆମାଳରେ ଅଷ୍ଟପ୍ରହରୀ ନାମଯଜ୍ଞ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳରେ ଜଗନ୍ନାଥ ମନ୍ଦିରରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତକାଲି ବାଉଁଶ ଯୋର ନାଳରେ ପୁରୋହିତ ସଞ୍ଜୀବ ନନ୍ଦ ବରୁଣ ଦେବତାଙ୍କୁ ପୂଜାର୍ଚ୍ଚନା କରିବା ପରେ ଗ୍ରାମର ମା’ମାନେ ୨୦୮ କଳସରେ ଜଳ ଭର୍ତ୍ତି କରିଥିଲେ । କଳସ ଯାତ୍ରା ଆରମ୍ଭ ହୋଇ ଯଜ୍ଞ ମଣ୍ଡପ ଆଡ଼କୁ ଅଗ୍ରସର ହୋଇଥିଲା ଓ ଟିର୍ମୂ, ବାବାରକୁଟ, ବଡ଼ ବହଲ ଓ ରିଆମାଳ କୀର୍ତ୍ତନ ମଣ୍ଡଳୀ ଭକ୍ତମାନେ ଯୋଗ ଦେଇଥିବାବେଳେ ସନ୍ଧ୍ୟାରେ ଅଧିବାସ ପୂଜନ ପରେ ପ୍ରତିଷ୍ଠିତ ପ୍ରବାଚକ ଜିତୁ ଦାସ ପ୍ରବଚନ ମାଧ୍ୟମରେ ହରିଙ୍କ କଥା କହିଥିଲେ । ଆଜି ସ୍ୱାମୀ ସ୍ୱରପ ନନ୍ଦ ପୁରୀ ଜୀ ସକାଳେ ହରେ କୃଷ୍ଣ ମନ୍ତ୍ର ପ୍ରଦାନ ପରେ ନାମଯଜ୍ଞ ଆରମ୍ଭ ହୋଇଥିଲା । ଆସନ୍ତାକାଲି ପୂର୍ଣ୍ଣାହୁତି ପୂଜନ ସମାପ୍ତ ହେବ । ଉକ୍ତ କାର୍ଯ୍ୟକ୍ରମରେ ୨୦ରୁ ଊର୍‌ଦ୍ଧ୍ୱ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଛନ୍ତି ।