ନାମାଙ୍କନ ପତ୍ର ଦାଖଲ କଲେ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦିନ ୧୧ଟାରେ ମନମୋହନ ସ୍କୁଲ ପଡ଼ିଆରୁ ଏକ ଦଳୀୟ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତାଦେଇ ଯାଉଥିବା ରେଲୱେ ଷ୍ଟେସନ ଛକ, ବସଷ୍ଟାଣ୍ଡ ଛକ ଓ ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳ ଅଫିସରେ ପହଞ୍ଚି ଶ୍ରୀ ତ୍ରିପାଠୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ, ସମୀର ମହାନ୍ତି, କନକ ବର୍ଦ୍ଧନ ସିଂହଦେଓ, ବସନ୍ତ ପଣ୍ଡା, ଲେଖାଶ୍ରୀ ସାମନ୍ତ ସିଂହାର, ଶଙ୍କର ଓରାମ, ନାଉରି ନାୟକ ଓ କୁସୁମ ଟେଟେଙ୍କ ସମେତ ଅନେକ ବିଜେପି ନେତା ସାମିଲ ରହିଛନ୍ତି । ମୋର ଏହି ରାଜନୈତିକ ଲଢ଼େଇ ସାଧାରଣ ଜିଲ୍ଲାବାସୀଙ୍କ ଲଢ଼େଇ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।