ଖପ୍ରାଖୋଲ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୁପାଲି ଗ୍ରାମରେ ବାଇକ ଚୋରି କରିବା ସମୟରେ ଚୋର ଧରା ପଡ଼ିଛି । ଏଭଳି ଏକ ଘଟଣା ଖପ୍ରାଖୋଲ ଥାନା ଗୁଣ୍ଡରୁପାଲି ଗ୍ରାମରେ ଘଟିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଖପ୍ରାଖୋଲ ଥାନା ବାଞ୍ଜିପାଲି ଗ୍ରାମର ସରୋଜ ସରାଫ । ମିଳିଥିବା ରିପୋର୍ଟ ମୁତାବକ, ଜଗନ୍ନାଥ ନିଆଲ ତାଙ୍କ ଏଚଏଫ ଡିଲକ୍ସ ବାଇକକୁ ବାହାର ପିଣ୍ଡାରେ ରଖି ଘର ଭିତରେ ଥିଲେ । ଅଜଣା ଯୁବକ ବାଇକ ଚୋରି କରୁଥିବା ନେଇ ପଡ଼ୋଶୀ ପ୍ରକାଶ ସୁନା ଦେଖି ପାଟି କରିବା ପରେ ବାଇକ ମାଲିକ ସହ ଗାଁ ଲୋକେ ରୁଣ୍ଡ ହୋଇ ଲୁଟେରାକୁ ନିର୍ଧୁମ ଛେଚିଥିଲେ । ଖବର ପାଇ ଖପ୍ରାଖୋଲ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ ଲୋକଙ୍କ କବଳରୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଆଣି ଅଧିକ ତଦନ୍ତ ପାଇଁ ପଚରାଉଚରା କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।