ବିହାର ରାଜ୍ୟପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ବିହାର: ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ହାଜୀପୁରର ଭଗବାନପୁରର ରତନପୁରା ଗାଁ ପାଖରେ ଏହି ଦୁର୍ଘଟଣାଟି ଘଟିଛି । ରାଜ୍ୟପାଳ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାଟନାରୁ ମୁଜଫରପୁର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଅନ୍ୟପଟେ ଆହତ ହୋଇଥିବା ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ଗାଡ଼ି ପାଖାପାଖି ଦମକଳ ଗାଡ଼ି ଚାଲୁଥିଲା । ଦଳକଳ ଗାଡ଼ିଟି ଭାରସାମ୍ୟ ହରାଇ ଡିଭାଇଡରକୁ ପାର କରି ରଙ୍ଗ୍ ସାଇଡକୁ ଚାଲିଯାଇ ଯାତ୍ରୀ ଭର୍ତ୍ତି ଥିବା ଅଟୋ ସହ ଧକ୍କା ହୋଇଥିଲା । ଫଳରେ ଦମକଳ ଓ ଅଟୋ ଚାଳକ ସମେତ ଅନେକ ଲୋକ ଆହତ ହୋଇଥିଲେ । ଜଣେ ଯାତ୍ରୀଙ୍କ ସ୍ଥିତି ଗମ୍ଭୀର ଥିବା ଜଣାପଡ଼ିଛି ।