୬୦ ବସ୍ତା ମହୁଲ ଜବତ, ଜଣେ ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଅବକାରୀ ବିଭାଗ ୬୦ ବସ୍ତା ବେଆଇନ ମହୁଲ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଦୁର୍ଯ୍ୟୋଧନ ବରିହା । ମିଳିଥିବା ରିପୋର୍ଟ ମୁତାବକ, ପାଟଣାଗଡ଼ ଅଞ୍ଚଳରେ ମହୁଲ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଅଧିକାରୀ ଏସଏନ ଦାସ ଓ କର୍ମଚାରୀମାନେ ଲରମ୍ଭା ନିକଟରେ ଏକ ମିନି ଟ୍ରକକୁ ଅଟକାଇ ପଚରାଉଚୁରା କରିଥିଲେ । ପରେ ଗାଡ଼ିକୁ ଯାଞ୍ଚ କରିବାରୁ ସେଥିରୁ ମହୁଲ ବସ୍ତା ମିଳିଥିଲା । ଏହି ମହୁଲ ବସ୍ତାକୁ ଭୁତିଆରବାହାଲରୁ ପଦ୍ମପୁର ଭାଟିକୁ ଅଜୟ ଦାସ ନାମକ ଜଣେ ବ୍ୟକ୍ତି ନେଉଥିବା ଜଣାପଡ଼ିଛି । ଜବତ ମହୁଲର ଓଜନ ୨୭ କ୍ୱିଣ୍ଟାଲ ହେବାସହ ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି ।