୧୩ଟି ଆଞ୍ଚଳିକ ଭାଷାରେ CAPF କନଷ୍ଟେବଳ ପରୀକ୍ଷା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ CAPF କନଷ୍ଟେବଳ ପରୀକ୍ଷାକୁ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କରିବାକୁ ଗୃହ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫଳରେ ପ୍ରଶ୍ନପତ୍ର ଅସମିୟା, ବଙ୍ଗାଳି, ଗୁଜରାତି, ମରାଠୀ, ମଲୟଲମ, କନ୍ନଡ, ତାମିଲ, ତେଲୁଗୁ, ଓଡ଼ିଆ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଓ କୋଙ୍କଣୀରେ ପ୍ରସ୍ତୁତ କରାଯିବ । ସରକାରଙ୍କ ଏହି ନିଷ୍ପତ୍ତିକ୍ରମେ ଲକ୍ଷାଧିକ ଆଶାୟୀ ନିଜ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବାସହ ଚୟନ ସମ୍ଭାବନା ମଧ୍ୟ ବଢ଼ିବ । ଏନେଇ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, କର୍ମଚାରୀ ଚୟନ ଆୟୋଗ ତରଫରୁ ଆୟୋଜିତ ହେଉଥିବା ପ୍ରମୁଖ ପରୀକ୍ଷା ମଧ୍ୟରୁ କନଷ୍ଟେବଳ(GD) ଅନ୍ୟତମ ।୨୦୨୪ ଜାନୁଆରୀ ୧ତାରିଖରୁ ଆଶାୟୀ ପ୍ରାର୍ଥୀ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ । ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସରକାର ସ୍ଥାନୀୟ ଯୁବକଙ୍କୁ ନିଜ ଭାଷାରେ ପରୀକ୍ଷା ଦେବାକୁ ପ୍ରୋତ୍ସାହିତ କରିବେ ବୋଲି ଆଶା କରାଯାଉଛି ।