ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଘୋଟାଲା ମାମଲାରେ ସିବିଆଇ ସମନ କରିଛି । ଏନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ମଦ ଘୋଟାଲା ହୋଇଥିବା ନେଇ ବିଜେପି ବର୍ଷେ ହେବ ଗର୍ଜନ କରୁଛି ଏବଂ ସମସ୍ତ ଯାଞ୍ଚ ଏଜେନ୍ସି ସବୁ କାମ ଛାଡ଼ି ଏହାର ଯାଞ୍ଚରେ ଲାଗି ପଡ଼ିଛନ୍ତି । ମଦ ଘୋଟଲା ହୋଇନାହିଁ । ଏମାନେ ମିଛ କହି ମାମଲା ପ୍ରସ୍ତୁତ କରିବା ସହ ଘୋଟାଲା ହୋଇଛି ବୋଲି ଗର୍ଜୁଛନ୍ତି ।
ଏହି ପରିପ୍ରେକ୍ଷୀରେ ଅରବିନ୍ଦ କ୍ରେଜିୱାଲଙ୍କ ସମର୍ଥନରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, କାହା ବିରୁଦ୍ଧରେ କ’ଣ କାମ କରାଯାଉଛି ତାହା ସମସ୍ତେ ଦେଖୁଛନ୍ତି । ସେ ତ ଜଣେ ଭଲ ମୁଖ୍ୟମନ୍ତ୍ରୀ ତାଙ୍କର ଖୁବ୍ ସମ୍ମାନ ରହିଛି । ସେ ନିଜ ପ୍ରଦେଶର ବିକାଶ ପାଇଁ ଭଲ କାମ କରୁଛନ୍ତି । ଏଠାରେ ଯିଏ ବି ଭଲ କାମ କରୁଛି ତାକୁ ହଇରାଣ କରାଯାଉଛି । କେଜ୍ରିୱାଲ ତା’ର ଜବାବ ନିଶ୍ଚୟ ଦେବେ । ଆମେ ସମସ୍ତେ ଏକଜୁଟ ହୋଇ ଏମାନଙ୍କୁ ଜବାବ ଦେବୁ । ଦେଶ ହିତରେ ଯାହା ହେବ ତାହା ସମସ୍ତେ ମିଶିକି କରିବୁ ।