ଇଣ୍ଡୋନେସିଆରେ ପୁଣି ଭୂମିକମ୍ପ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ପୁଣିଥରେ ଭୂମିକମ୍ପ ଅନୁଭୂତ ହୋଇଛି । ଜାବା ଦ୍ୱୀପର ଉତ୍ତରରେ ରହିଥିବା ସମୁଦ୍ରରେ ଭୂକମ୍ପ ହୋଇଛି । ଭୂକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୭ ରହିଛି । ତୀବ୍ରତାକୁ ଦେଖି ଏହାକୁ ବିପଦଜନକ କୁହାଯାଇପାରେ। କିନ୍ତୁ ଏପର୍ଯ୍ୟନ୍ତ କ୍ଷୟକ୍ଷତି ସମ୍ବନ୍ଧରେ କୌଣସି ସୂଚନା ମିଳିନାହିଁ ।