ଦିଲ୍ଲୀରେ ଆଉ ମିଳିବନି ସବସିଡିଯୁକ୍ତ ବଜୁଳି

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଲୋକଙ୍କୁ ଦେଉଥିବା ଫ୍ରି ବିଜୁଳ ସବସିଡି ଉପରେ ରୋକ ଲଗାଇବାକୁ ନେଇ ଘୋଷଣା କରିଛି । ଏନେଇ ଶକ୍ତି ମନ୍ତ୍ରୀ ଅତିଶୀ ସୂଚନା ପ୍ରଦାନ କରିଛନ୍ତି । ଅତିଶୀ କହିଛନ୍ତି ଯେ, ଦିଲ୍ଲୀ ଲୋକଙ୍କୁ ଦିଆଯାଉଥିବା ସବସିଡିଯୁକ୍ତ ବଜୁଳି ଆଜିଠୁ ବନ୍ଦ କରିଦିଆଯିବ । ଅର୍ଥାତ୍ କାଲିଠୁ ସବସିଡିଯୁକ୍ତ ବିଲ ଦିଆଯିବନି । କାରଣ ଆପ୍ ସରକାର ଆଗାମୀ ବର୍ଷ ପାଇଁ ସବସିଡି ଜାରୀ ରଖିବାକୁ ନିର୍ଣ୍ଣୟ ନେଇଛନ୍ତି । କିନ୍ତୁ ଫାଇଲ ଏଲଜୀ ପାଖରେ ଅଛି ଏବଂ ଯେପର୍ଯ୍ୟନ୍ତ ଫାଇଲ ଆସିନି ଆପ୍ ସରକାର ସବସିଡିଯୁକ୍ତ ବିଲ ଜାରି କରିପାରିବନି । ଆପର ଏହି ଫଇସଲା ଦିଲ୍ଲୀ ଜନତାଙ୍କ ପାଇଁ କୌଣସି ବଡ଼ ଝଟକାରୁ କମ୍ ନୁହେଁ ।

ସୂଚନାଯୋଗ୍ୟ, ଏହି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟ ସଚିବ ନିକଟରେ ଏକ ରିପୋର୍ଟ ଜାରି କରି ଡୀଇଆରସୀ ନିର୍ଦ୍ଦେଶ ପାଳନ ହେବାଦ୍ୱାରା ସରକାରଙ୍କୁ ୩୦୦ କୋଟି ଟଙ୍କା କ୍ଷତି ହେଉଛି । ସରକାର ଏହି ମାମଲା ଉପରେ ଧ୍ୟାନ ଦେଲେ କ୍ଷତିରୁ ରକ୍ଷା ମିଳିପାରିବ ବୋଲି କହିଥିଲେ । ରିପୋର୍ଟ ଆସିବା ପରେ ଦିଲ୍ଲୀ ଉପରାଜ୍ୟପାଳ ବିଜୟ ସକ୍ସେନା ଯଥାଶୀଘ୍ର ସ୍ପଷ୍ଟୀକରଣ ଦେବାକୁ କହିଥିଲେ ।