କେଜ୍ରିୱାଲଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ ଜାରି କରିଛି । ଫଳରେ କେଜ୍ରିୱାଲଙ୍କୁ ଏପ୍ରିଲ ୧୬ ତାରିଖ ଦିନ ୧୧ଟାରେ ସିବିଆଇ ଅଫିସରେ ହାଜର ହେବାକୁ ପଡ଼ିବ । ନୂଆ ମଦ ନୀତି ସମ୍ବନ୍ଧରେ ସିବିଆଇ କେଜ୍ରିୱାଲଙ୍କୁ ଜେରା କରିବ। ଏନେଇ ସିବିଆଇ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ସିବିଆଇ ସମନ ପରେ ଆପ୍ ନେତା ସଞ୍ଜୟ ସିଂହ ‘ଅତ୍ୟାଚାରର ଅନ୍ତ କେବେ ଘଟିବ’ ବୋଲି ଟ୍ୱିଟ୍ କରିଛନ୍ତି ।

ସୂଚନାଯୋଗ୍ୟ, ମଦ ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କୁ ସିବିଆଇ ପୂର୍ବରୁ ଗିରଫ କରିସାରିଛି। ଦୀର୍ଘ ସମୟ ଜେରା କରିବା ପରେ ଫେବୃଆରୀ ୨୬ ତାରିଖରେ ସିସୋଦିୟାଙ୍କୁ ସିବିଆଇ ଗିରଫ କରିଥିଲା ।