ଦେବଗଡ଼,ଏନ୍ଏନ୍ଏସ୍: ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସୂଚନା କେନ୍ଦ୍ରରେ ମହାନ ଜନନାୟକ ସମ୍ବିଧାନ ପ୍ରଣେତା ଡା. ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରି ଦେଈଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ସମ୍ମାନିତ ଅତିଥିଭାବେ ପୌର ଉପାଧ୍ୟକ୍ଷ ପ୍ରଦୀପ କୁମାର ଭୋଜ ଓ ମୁଖ୍ୟ ବକ୍ତାଭାବେ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ଗୁରୁ ମଞ୍ଚାସିନ ରହି ସମ୍ବିଧାନ ପ୍ରଣେତା ଡା. ବି. ଆର ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେବାସହ ଜୀବନ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବରିଷ୍ଠ ଆଇନଜୀବୀ ମନୋଜ କୁମାର ପାଢ଼ୀ, ବରିଷ୍ଠ ନାଗରିକ ପ୍ରଫୁଲ୍ଲ ମହାପାତ୍ର, ହେମନ୍ତ ମହାପାତ୍ର, ରାମ ଚନ୍ଦ୍ର ମହାପାତ୍ର, ମାର୍କଣ୍ଡେଶ୍ୱର ଶତପଥୀ ଓ ନିରଞ୍ଜନ ଦ୍ୱିବେଦୀ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଧିରେନ୍ ନାୟକ, ଡିଲେଶ୍ୱର ପ୍ରଧାନ, ଅଧ୍ୟାପକ ଡା. ଭାରତ ଭୁଷନ ନନ୍ଦ ଓ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ ।