ଆଦର୍ଶ ଥାନା ପକ୍ଷରୁ ଜଳଛତ୍ର ଶୁଭାରମ୍ଭ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଦର୍ଶ ଥାନା ପକ୍ଷରୁ ଆଜିଠାରୁ ଜଳଛତ୍ରର ଶୁଭାରମ୍ଭ କରାଯାଇଛି । ଥାନା ସମ୍ମୁଖରେ ଏସଡିପିଓ ଅନିଲ କୁମାର ବେଉରିଆ ଅନୁଷ୍ଠାନିକ ଭାବେ ଫିତା କାଟି ଜଳଛତ୍ରର ଶୁଭାରମ୍ଭ କରିଛନ୍ତି । ଥଣ୍ଡା ପାନୀୟ ସହ ଦହି ସର୍ବତ ତୃଷାର୍ତ୍ତଙ୍କ ପାଇଁ ସହାୟକ ହେବ ବୋଲି ବହୁ ଜନସାଧାରଣ ମତ ପ୍ରକାଶ କରିଥିବାବେଳେ ଆଦର୍ଶ ଥାନା ପୁଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଥାନା ଆଇଆଇସି ସୁରେନ୍ଦ୍ର କୁମାର ନାୟକଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।