ପାଟଣାଗଡ଼,ଏନ୍ଏନ୍ଏସ୍: ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷା ଶ୍ୱେତ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଟଣାଗଡ଼ ଉପକାରାଗାର ମଧ୍ୟରେ ପ୍ରୋଭିଜନ ଅଫ ସିଆରପିସି ଏଫଆଇଆର, ସମନ ଓ ୱାରେଣ୍ଟ ରାଇଟ ଲିଗାଲ ରିପ୍ରେଜେନ୍ସର ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତି ମିଶ୍ର ବନ୍ଦୀଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା, ସରକାରୀ ଓକିଲ ଶ୍ରୀମତ କୁମାର ପାଣିଗ୍ରାହୀ, ଆଶୀଷ ଚନ୍ଦନ କାମାକ୍ଷା ପ୍ରସାଦ ସାହୁ ଓ ଭକ୍ତରାମ ବାଗ ଯୋଗଦେଇ କଏଦୀଙ୍କର ଅଧିକାରୀ ଏବଂ ଆଇନ ସହାୟତା ଉପରେ ଆଲୋକପାତ କରିଥିଲେ । ଜେଲ ଅଧିକାରୀ ଶ୍ରୀ ଜନାର୍ଦ୍ଦନ ମଲ୍ଲିକଙ୍କ ସହାୟତାରେ ଉକ୍ତ ସଭାଟି ସୁଚାରୂ ରୂପେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କଏଦୀଙ୍କୁ ବିସ୍କୁଟ ଓ ଫଳ ବଣ୍ଟନ କରାଯାଇଥିଲା । ଶେଷରେ ଅଧ୍ୟକ୍ଷ ଶ୍ୱେତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।