୭୧ ହଜାର ଯୁବକଙ୍କୁ ମୋଦୀଙ୍କ ନିଯୁକ୍ତି ପତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନବ ନିଯୁକ୍ତ କର୍ମଚାରୀଙ୍କୁ ୭୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚ୍ଚୁଆଲ ରୂପେ ରୋଜଗାର ମେଳାରେ ସାମିଲ ହୋଇ ନିଜ ସମ୍ବୋଧନରେ କହିଛନ୍ତି ଯେ, ବୈଶାଖୀର ଏହି ଶୁଭ ଅବସରରେ କେନ୍ଦ୍ର ସରକାରର ବିଭିନ୍ନ ବିଭାଗରେ ୭୦ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଯେଉଁମାନେ ନିଯୁକ୍ତି ପତ୍ର ପାଇଛନ୍ତି ସେମାନେ ସରକାରୀ ସେବାରେ ସାମିଲ ହେବା ସମୟରେ ସାଧାରଣ ଲୋକଙ୍କୁ ଯେପରି ଭଲ ଅନୁଭବ ମିଳିବ ସେଥିପ୍ରତି ଧ୍ୟାନ ଦେବେ ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଆତ୍ମନିର୍ଭର ଭାରତ ଦେଶର ସହରୀ ଓ ଗ୍ରାମୀଣ କ୍ଷେତ୍ରରେ ରୋଜଗାର ସୃଷ୍ଟି କରୁଛି । ଏନଡିଏ ଓ ବିଜେପି ଶାସିତ ରାଜ୍ୟରେ ସରକାରୀ ଚାକିରି ଦେବାର ପ୍ରକ୍ରିୟା ଦ୍ରୁତ ଗତିରେ ଚାଲୁଛି ।